ପରିବର୍ତ୍ତନର ସ୍ୱର ଗାଁ ଗଣ୍ଡା ଉପକୂଳ ଠାରୁ ଉପାନ୍ତ ପର୍ଯ୍ୟନ୍ତ ସବୁ ଜାଗାରେ ଗୁଞ୍ଜରିତ ହେଉଛି । ଓଡ଼ିଶାରେ ପରିବର୍ତ୍ତନ ହେବ ବିଜେପି ଏଠି ସରକାର କରିବ । ଓଡ଼ିଶାବାସୀ ବିଜେପିକୁ ବିକଳ୍ପ ଭାବେ ମନ ଭିତରେ ସ୍ଥିର କରିଛନ୍ତି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ଯେଉଁ କଥା କହିଛନ୍ତି ତାହା ତାଙ୍କର ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତାରୁ କହିଛନ୍ତି । ଓଡ଼ିଶାରେ ଅପାର ସମ୍ଭାବନାର ଥିବା ସତ୍ତ୍ୱେ ଓଡ଼ିଶା ଗରିବୀରେ ଏକ ନମ୍ବର ହୋଇ ରହିଥିବା ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
ଏକ ସାକ୍ଷାତକାରରେ ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, ପ୍ରଧାନମନ୍ତ୍ରୀ ଓଡ଼ିଶା ପରିପ୍ରେକ୍ଷୀରେ ଯେଉଁ କଥା କହିଛନ୍ତି ତାହା ତାଙ୍କର ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତାରୁ କହିଛନ୍ତି । ଓଡ଼ିଶାବାସୀଙ୍କ ଦକ୍ଷତାକୁ ପ୍ରଧାନମନ୍ତ୍ରୀ ମାପିଛନ୍ତି । ଅନ୍ୟପଟେ ୨୦୧୯ ରେ ଭାରତୀୟ ଜନତା ପାର୍ଟି ଏକ ଦାୟିତ୍ଵବାନ ବିରୋଧୀ ଦଳ ଭୂମିକା ନିର୍ବାହ କରିଛି । ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେପି କାମ କରୁଛି ।

By SonaliP

Leave a Reply

Your email address will not be published. Required fields are marked *