ଭୁବନେଶ୍ୱର: ପାଖେଇଆସୁଛି ଲୋକସଭା ନିର୍ବାଚନ। ନିର୍ବାଚନକୁ ନେଇ ବିଭିନ୍ନ ଦଳ ମଧ୍ୟ ସେହି ଭଳି ପ୍ରଚାର କରିବା ଆରମ୍ଭ କରିଛନ୍ତି। ବିରୋଧୀ ଦଳ ମଧ୍ୟ ଆଖି ଦେଖାଇ ବସିଛନ୍ତି କିଭଳି ଶାସକ ଦଳକୁ ନିଚା ଦେଖେଇବେ। ଏଇ ସବୁ ଭିତରେ ଚର୍ଚ୍ଚାରେ ରହିଛି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ। ଗତକାଲି ମୋଦୀ IIM ସମ୍ବଲପୁର କ୍ୟାମ୍ପସ ଉଦଘାଟନ କରିଥିଲେ। ଏହା ପରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ। ଓଡ଼ିଶା ମାଟି ଓ ଓଡ଼ିଆ ଲୋକଙ୍କୁ ନେଇ ମଧ୍ୟ ସେ ଗର୍ବିତ। ଏହା ସହ ରେମେଡ୍ ସଭାରେ ଜନସାଧାରଣଙ୍କୁ ସମ୍ଭୋଦନ କରିଥିଲେ। କିନ୍ତୁ ଜନତା ଯାହା ଶୁଣିବାକୁ ଅପେକ୍ଷା କରିଥିଲେ ତାହା ମୋଦୀ କହିଲେନି। ଉଜ୍ଵଳା ଗ୍ୟାସ ଠୁ ଆରମ୍ଭ କରି ଲକ୍ଷପତି ଦିଦି, ମୁଦ୍ରା, ମାଗଣା ଚାଉଳ ସବୁ ବିଷୟରେ ଚର୍ଚ୍ଚା କଲେ। ଏହା ସବୁ ଜନତାକୁ ପୁର୍ବରୁ ଜଣା।

 

ଲୋକଙ୍କ ମଧ୍ୟରେ ଧାରଣା ଅଛି ଯେ ବିଜେଡି ଭାଜପା ମିଳିମିଶି ଅଛନ୍ତି। କିନ୍ତୁ ଏହି ଦ୍ଵନ୍ଦକୁ ଏକମାତ୍ର ମୋଦୀ ହିଁ ଦୂର କରିପାରିଥାନ୍ତେ। ମୋଦୀ ଚାହିଁଥିଲେ ଅନେକ କଥା କୁ ନେଇ ନବୀନ ସରକାରଙ୍କୁ ତାର୍ଗେଟ କରିପାରିଥାନ୍ତେ। ଭାଜପା ଓଡ଼ିଶାରେ ରାଜ କରିବାର ଗୋଟେ ହିଁ ବାଟ, ଯାହାକି ନବୀନ ସରକାର ହାରିବା। ମୋଦୀ ଏକ ବଡ ସୁଯୋଗର ହାତଛଡା କରିଛନ୍ତି। ଦୁର୍ନୀତିରେ ଭରପୁର ଓଡ଼ିଶା , ଏହି କଥା ମଧ୍ୟ ଉଠେଇ ପାରିଥାନ୍ତେ। ମୋଦୀ ଚାଉଳ ଆଉ ଏକ ବଡ଼ ପ୍ରସଙ୍ଗ, ମୋଦୀଙ୍କ ଚାଉଳକୁ ନବୀନ ସରକାର ମାଗଣାରେ ବିକି ପ୍ରଚାର କରୁଛି ଏହି ପ୍ରସଙ୍ଗ ମଧ୍ୟ ଉଠେଇପାରିଥାନ୍ତେ। ପିଏମ ଆବାସ, କୃଷକନିଧି ଯୋଜନାକୁ ନେଇ ମଧ୍ୟ ନବୀନ ସରକାରଙ୍କୁ ଟାର୍ଗେଟ କରିପାରିଥାନ୍ତେ।

 

ଆରପକ୍ଷରେ ଦେଖିଲେ ମଧ୍ୟ ମୋଦି ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସୁଛନ୍ତି। ହୋଇପାରେ ତ ସେବେ ନବୀନ ସରକାରଙ୍କ ବିରୋଧରେ ଜନତାକୁ ସଚେତନ କରିବେ। କିନ୍ତୁ ପ୍ରଥମ ସଭା ବହୁ ମାତ୍ରାରେ ଲୋକଙ୍କୁ ନିରାଶ କରିଛି। ଓଡ଼ିଶାରେ ଭାଇଭାଇ ସରକାର ଚାଲିଛି ବୋଲି ଏହା ଆହୁରି ଦୃଢ଼ କରିଦେଇଗଲେ ମୋଦୀ। କାହିଁକି ମୋଦୀ ନବୀନଙ୍କ ବିରୋଧରେ ମୁଁହ ଖୋଲୁନାହାନ୍ତି ତାହା ପରେ ଚର୍ଚ୍ଚାରେ ରହିପାରେ। ଭାଜପା ସରକାର ଓଡ଼ିଶାରେ ଗଠନ କରିବାକୁ ହେଲେ ନବୀନ ସରକାରଙ୍କ ଚାଲାକି ନୀତିକୁ ସାମ୍ନାକୁ ଆଣିବାକୁ ହେବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *