ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ତଳ ଭାଗରେ ଫାଟ। ପଦ୍ମ ପାଖୁଡାରେ ବିରାଟ୍‌ ଫାଟ ସୃଷ୍ଟି ହୋଇଛି। ଯାହା ଭାଙ୍ଗି ଯିବାର ସ୍ଥିତି ସୃଷ୍ଟି ହୋଇଛି। ଏପରିକି ଗୁମୁଟରେ ଯେଉଁ ଭାସ୍କର୍ଯ୍ୟ ଖୋଦିତ ହୋଇଥିଲା, ସେଥିରୁ ପଥର ଖସି ତଳେ ପଡିଛି। ଗୁମୁଟର ପଛ ଭାଗରେ ବିରାଟ ଏକ ଗତ୍ର ସୃଷ୍ଟି ହୋଇଛି। ଅଏସ୍‌ଆଇ ଅଣଦେଖା କରୁଥିବାରୁ ଫାଟ ବଢ଼ୁଥିବା ସାଧାରଣରେ ମତ ପ୍ରକାଶ ପାଇଛି। ମନ୍ଦିରରେ ଥିବା ଫାଟକୁ ତୁରନ୍ତ ମରାମତି ପାଇଁ ଭକ୍ତମାନେ ଦାବି କରିଛନ୍ତି।

ସେପଟେ ଏଏସ୍‌ଆଇର କଞ୍ଜରଭେସନ୍‌ ଅଧିକାରୀ ଜ୍ୟୋତି ପ୍ରଧାନ କହିଛନ୍ତି, ଏହି କୋଣର କିଛି ଅଂଶ ମାଟିରେ ପୋତି ହୋଇଥିଲା। ପରିକ୍ରମା ପ୍ରକଳ୍ପ କାମ ବେଳେ ମାଟି ବାହାରିଛି। ତା’ପରେ ଏହି ଫାଟଟି ଦେଖାଯାଇଛି। ତୁରନ୍ତ ମରାମତି କରାଯିବ। ଏବେ ଉତ୍ତର ଦ୍ୱାରର ଗୁମୁଟ କାର୍ଯ୍ୟ କରାଯାଉଛି। ତେଣୁ ଏହି ଫାଟକୁ ମରାମତି ସହ ଭାସ୍କର୍ଯ୍ୟରୁ ଯେଉଁ ଫଥର ଖସିଛି, ତାକୁ ମଧ୍ୟ ସଂଗ୍ରକ୍ଷଣ କରାଯିବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *