ପିଏମ୍ କିଷାନ ଉତ୍ସବ ଦିବସ ଅବସରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଗୁଜୁରାଟର ବାନସକାଣ୍ଠାରେ ଅନୁଷ୍ଠିତ ହେବ, ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର କୋଟି କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳ୍ପ ଟଙ୍କା ସ୍ଥାନାନ୍ତର କରିବେ। ଏଥିସହିତ ଓଡ଼ିଶା ପାଇଁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପୂର୍ବାହ୍ନ ୯ଟାରେ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ଖାତାକୁ ମୋଟ ୭୦୭,୮୫,୯୪,୦୦୦ ଟଙ୍କା ହସ୍ତାନ୍ତର କରାଯିବ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଗରିମାମୟ ଉପସ୍ଥିତିରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ବିପୁଳ ଆର୍ଥିକ ସହାୟତା ଗ୍ରାମାଞ୍ଚଳର ପରିବାରଗୁଡ଼ିକୁ ସହାୟତା କରିବା ସହ କୃଷି ଅର୍ଥନୀତିକୁ ମଜବୁତ କରିବ ଏବଂ ଚାଷୀମାନଙ୍କୁ ସେମାନଙ୍କର ମୌସୁମୀ କୃଷି ଖର୍ଚ୍ଚ ପୂରଣ କରିବାରେ ସହାୟକ ହେବ। Post navigation Cyclone Impact: CT/D.El.Ed. ତୃତୀୟ ପର୍ଯ୍ୟାୟ ସ୍ଲାଇଡ୍-ଅପ୍ ଆଡ୍ମିସନ୍ ଅବଧି ୨ ଦିନ ବୃଦ୍ଧି यूक्रेन के निप्रो रेलवे स्टेशन पर रूस का ड्रोन हमला, 13 की मौत