ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଦେଶର କାରିଗର ଏବଂ ବୁଣାକାରମାନଙ୍କ ଅନନ୍ୟ ଅବଦାନକୁ ସମ୍ମାନ ଜଣାଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନିଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏକ ସ୍ୱତନ୍ତ୍ର ଏବଂ ଆକର୍ଷଣୀୟ ଭିଡିଓ ସେୟାର କରି କହିଛନ୍ତି ଆମେ ଭାରତର ସମୃଦ୍ଧ ଓ ସୃଜନଶୀଳ ହସ୍ତତନ୍ତ ଐତିହ୍ୟକୁ ପାଳନ କରୁଛୁ ।ବୁଣାକାର, କାରିଗରଙ୍କ ଦକ୍ଷତା, ସୃଜନଶୀଳତା ଓ ସମର୍ପଣକୁ ସାଲ୍ୟୁଟ୍। ପିଢ଼ି ପରେ ପିଢ଼ି ଆମ ପରମ୍ପରାକୁ ସଂରକ୍ଷଣ ଓ ସମୃଦ୍ଧ କରୁଛନ୍ତି ବୁଣାକାର । ଆମ ସରକାର ହସ୍ତତନ୍ତ କ୍ଷେତ୍ରକୁ ପ୍ରୋତ୍ସାହିତ କରିଚାଲିଛି । ଯାହାକି ଆତ୍ମନିର୍ଭର ଭାରତ ସ୍ୱପ୍ନ ପୂରଣ କରିବାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । Post navigation प्रयागराज में ‘छात्रों की गूंज’ कार्यक्रम के लिए राहुल गांधी को मिली मंज़ूरी; वेन्यू बुकिंग रद्द का फैसला वापस