ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଆସନ୍ତ ଜୁନ୍‌ ୧ ଭୋଟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏକ ଗଣମାଧ୍ୟମକୁ ମୋଦି ସାକ୍ଷାତକାର ଦେଇ ଓଡ଼ିଶା ରାଜନୀତି ବିଷୟରେ ଅନେକ କିଛି ଖୁଲାସା କରିଛନ୍ତି। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଓଡ଼ିଶାର ଭାଗ୍ୟ ବଦଳିବ, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛ।

ଜୁନ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାଏରୀ ତାରିଖ। ଜୁନ ୧୦ରେ ଓଡ଼ିଶାରେ ଭାଜପା ମୁଖ୍ୟମନ୍ତ୍ରୀ ଶପଥ ନେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କ ନେଇ ପ୍ରଶ୍ନରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ସମ୍ପର୍କ ନୁହେଁ ଓଡ଼ିଶାର ଭବିଷ୍ୟତ ଆଗ। ମୋର ସବୁ ରାଜନୈତିକ ନେତାଙ୍କ ସହ ଭଲ ସମ୍ପର୍କ ରହିଛି। ମୋର କାହା ସହ ଶତ୍ରୁତା ନାହିଁ ।

ଓଡ଼ିଶାର ଭବିଷ୍ୟତ ମୋ ପାଇଁ ଆଗ ଏଥି ପାଇଁ ଯଦି ମୋ ସମ୍ପର୍କକୁ ବଳି ଚଢ଼ାଇବାକୁ ପଡ଼େ, ମୁଁ ପ୍ରସ୍ତୁତ। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି। ଗୋଟିଏ ସରକାର ଏତେ ବର୍ଷ ଶାସନରେ ରହି ମଧ୍ୟ ଓଡ଼ିଶାର ପ୍ରଗତି ହୋଇପାରି ନାହିଁ । ସବୁଠୁ ଚିନ୍ତାର ବିଷୟ, ଓଡ଼ିଶାର ପୂରା ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି। ସେହି ବନ୍ଧନରୁ ବାହାରିଲେ ସମୃଦ୍ଧ ହେବ ମୋଦି କହିଛନ୍ତି।

ମୋଦି ଆହୁରି ମଧ୍ୟ କହିଛନ୍ତି, ଓଡିଶା ରାଜନୀତି ଜଣଙ୍କ ହାତରେ ଅଛି । ବାହାର ଲୋକ ଓଡିଶାକୁ ସମୃଦ୍ଧ କରିପାରିବେନି । ଓଡ଼ିଶାରେ ଦିନକୁ ଦିନ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଦେଶର ସମୃଦ୍ଧ ରାଜ୍ୟର ତାଲିକାରେ ଓଡ଼ିଶାର ନାଁ ରହିଛି। ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର, କିନ୍ତୁ ମାତ୍ର ଏହି ସମୃଦ୍ଧ ରାଜ୍ୟରେ ଅଧିକ ଗରିବୀ ରହିଛି।

ଏଥିପାଇଁ ରାଜ୍ୟ ସରକାର ଦାୟୀ, ଲୋକଙ୍କୁ ନ୍ୟାୟ ମିଳୁନି। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଓଡ଼ିଶାର ଭାଗ୍ୟ ବଦଳିବ, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି।

By SonaliP

Leave a Reply

Your email address will not be published. Required fields are marked *