Payment Demand Despite Ayushman Card, Pradeep Panigrahy Urges CM to Intervene

ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ବସନ୍ତ ରାଉଳଙ୍କ ଚିକିତ୍ସାକୁ ନେଇ ସୃଷ୍ଟି ହୋଇଥିବା ଜରୁରୀ ସମସ୍ୟା ଉପରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରଶ୍ନ ଉଠାଇଛନ୍ତି ।

ସାଂସଦଙ୍କ ଅଭିଯୋଗ ଅନୁଯାୟୀ, ବସନ୍ତ ରାଉଳଙ୍କ ନିକଟରେ ଆୟୁଷ୍ମାନ ଭାରତ କାର୍ଡ ଥିବା ସତ୍ତ୍ୱେ ହସ୍ପିଟାଲ କର୍ତ୍ତୃପକ୍ଷ ବେଆଇନ ଭାବେ ଚିକିତ୍ସା ପାଇଁ ଅର୍ଥ ଦାବି କରୁଛନ୍ତି । ଏପରି ଅଭିଯୋଗକୁ ସେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ରୋଗୀଙ୍କ ଚିକିତ୍ସା ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ମାମଲାରେ ତୁରନ୍ତ ହସ୍ତକ୍ଷେପ କରି ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ମାଗଣା ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାକୁ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *