Early Morning Operation of 2023:

ଆଜି ବୀରମିତ୍ରପୁରରେ ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଭିକେ ପାଣ୍ଡିଆନ୍ । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍ କହିଛନ୍ତି ଯେଉଁଠି ବିଜେପି ହାରିବାର ଥାଏ, ସେଠାକୁ ବିଜେପିର ବଡ ନେତା ଯାଆନ୍ତି। ଓଡ଼ିଶା ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଯେତେବେଳେ ହାରିବାର ଥାଏ ସେତେବେଳେ ବିଜେପି ମନ୍ଦିର କଥା କୁହେ, ଚର୍ଚ୍ଚ କଥା କୁହେ, ମସଜିଦ କଥା କୁହେ । ବିଜେପି କନ୍ଧମାଳରେ ଦଙ୍ଗା କରିଥିଲା । ବୋମା ଫୁଟାଇଥିଲା । ଏବେ ସେଠାରେ ଶାନ୍ତି ଅଛି ।

ଭିକେ ପାଣ୍ଡିଆନ୍ ଆଉ ମଧ୍ୟା କହିଛନ୍ତି , ଯିଏ ଓଡ଼ିଶାର ବିକାଶ ପାଇଁ କାମ କରୁଛନ୍ତି ତାଙ୍କୁ ଆପଣ କେବେ ବିଦା କରିପାରିବେ ନାହିଁ। ଆପଣ ୨୦୧୯ରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଦା ହେବେ ବୋଲି କହିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ପୁଣି ଶପଥ ନେଇଥିଲେ। ନିର୍ବାଚନ ପୂର୍ବରୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ। ଚଳିତବର୍ଷ ଜୁନ ୧୦ ତାରିଖରେ ବିଜେପି ସରକାର ଗଢିବ ବୋଲି ଆପଣ କହିଥିଲେ । ଆମ ମୁଖ୍ୟମନ୍ତ୍ରୀ ତାର ଜବାବ ଦେଲେ ବିଜେପିର ଅଭ୍ୟାସ ଅଛି ଦିନରେ ସ୍ୱପ୍ନ ଦେଖିବା । ଓଡିଶାବାସୀଙ୍କ ସ୍ନେହ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଜୁନ ୯ ତାରିଖରେ ୧୧.୩୦ରୁ ୧ଟା ଭିତରେ ଆମ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଓଡିଶାବାସୀ ଖୁସି ହେବେ ଆଉ ଆପଣ ୪୦୦ ପାର ବି ହେବେ । ଆଉ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା କରିବେ , ଓଡିଶା ପାଇଁ ସ୍ପେଶାଲ ପ୍ୟାକେଜ କରିବେ, ଓଡିଶା କୋଲ ରୟାଲଟିକୁ ବୃଦ୍ଧି କରିବେ । ମୁଁ ଆପଣଙ୍କୁ ବିନମ୍ରତାର ସହିତ ଜୁନ୍ ୯ ତାରିଖରେ ଆମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବରେ ସାମିଲ ହେବେ । ଆଉ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା କରିବେ ।

Leave a Reply

Your email address will not be published. Required fields are marked *