ବରଗଡ଼; ଆଜି ବରଗଡ଼ରେ ନିର୍ବାଚନୀ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରଣହୁଙ୍କାର ଶୁଣିବାକୁ ମିଳିଛି । କିନ୍ତୁ ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି। ସାରା ଓଡ଼ିଶାରେ ବିଜେଡି ବିରୋଧରେ ଲୋକଙ୍କ ମନରେ କ୍ରୋଧ ଅଛି। ବୋଲି ଲୋକେ କହୁଛନ୍ତି। କେତେ ଦିନ ଆଉ ସହିବା? ବିଜେଡିକୁ ହଟାଇବା ଦରକାର। ବରଗଡ଼ ବିଶାଳ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।
ଓଡ଼ିଶା ବରବାଦ ହେଉଛି। ମୁଁ ଏଠାକୁ ବିଜେପି ପାଇଁ ଭୋଟ ମାଗିବାକୁ ଆସିନାହିଁ। ବରଂ ଓଡ଼ିଶାକୁ ବଞ୍ଚାଇବାକୁ ଆସିଛି। ଓଡ଼ିଶାର ଶାସନ ନିର୍ବାଚିତ ପ୍ରତିନିଧିମାନଙ୍କ ହାତରେ ନାହିଁ। ଏଠାରେ ଜଣେ ସିଏମ୍ ଉପରେ ସୁପର ସିଏମ୍ ହୋଇଗଲେଣି, ଯିଏ ଓଡ଼ିଶାକୁ ଜାଣିନି, ଯାହାର ଏଠାକାର ସଂସ୍କୃତି ଉପରେ ଧାରଣା ନାହିଁ। ତା ହାତକୁ ଓଡ଼ିଶା ଯିବା ଉଚିତ କି? ଓଡ଼ିଶାର ଶାସନ ଆଉଟସୋର୍ସ ହୋଇଗଲାଣି। ଓଡ଼ିଶାକୁ ରକ୍ଷା କରିବାର ଦାୟିତ୍ବ ଆପଣମାନଙ୍କର। ବିଜେଡି ସରକାର ଲୋକଙ୍କ ଭାତ ହାଣ୍ଡି ଖାଲି କରିଦେଇଛି । ଅପାର ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡ଼ିଶା ଗରିବ କାହିଁକି । ଓଡ଼ିଶା ଧନୀ, କିନ୍ତୁ ଲୋକେ ସବୁବେଳେ ଗରିବ କାହିଁକି । ସବୁ ଧନସଂପତ୍ତି ବିଜେଡି ନେତାଙ୍କ ଘରକୁ ପଳାଇଛି । ଅପରାଧ ଏଠାରେ ଶୀର୍ଷକୁ ଛୁଇଁଲାଣି । ଏଠାରେ ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବିଜେଡି ସରକାର ଏଠାରେ ବିକାଶ କାର୍ଯ୍ୟରେ ବିଫଳ ହୋଇଛି । ବିଜେଡି ସରକାର କିଏ ଚଳାଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ବରଗଡ଼ରୁ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ସମ୍ବଲପୁରର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଏହି ଲୋକସଭା କ୍ଷେତ୍ରର ସମସ୍ତ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି। ବରଗଡ଼ ବିଜୟ ସଂକଳ୍ପ ସମାବେଶ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନ, ପ୍ରଦୀପ ପୁରୋହିତ ଓ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଅଛନ୍ତି।

 

 

 

 

 

By SonaliP

Leave a Reply

Your email address will not be published. Required fields are marked *