ବରଗଡ଼ ସହର ନିକଟ ବରାହାଗୁଡ଼ା ବିକାଶ ଭିନ୍ଟେଜ୍ ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି। ବିଜେଡି ନେତାଙ୍କ ବିରୋଧରେ ଲୋକଙ୍କ ମନରେ ରାଗ ଅଛି। କେତେ ଦିନ ଆଉ ସହିବ ଓଡ଼ିଶା ବୋଲି ଲୋକେ କହୁଛନ୍ତି। ଓଡ଼ିଶାକୁ ରକ୍ଷା କରିବାର ଦାୟିତ୍ବ ଆପଣଙ୍କର।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶା ବରବାଦ ହେଉଛି। ମୁଁ ଏଠାକୁ ବିଜେପି ପାଇଁ ଭୋଟ ମାଗିବାକୁ ଆସିନାହିଁ। ବରଂ ଓଡ଼ିଶାକୁ ବଞ୍ଚାଇବାକୁ ଆସିଛି। ଓଡ଼ିଶାର ଶାସନ ନିର୍ବାଚିତ ପ୍ରତିନିଧିମାନଙ୍କ ହାତରେ ନାହିଁ। ଏଠାରେ ଜଣେ ସିଏମ୍ ଉପରେ ସୁପର ସିଏମ୍ ହୋଇଲେଣି, ଯିଏ ଓଡ଼ିଶାକୁ ଜାଣିନି, ଯାହାର ଏଠାକାର ସଂସ୍କୃତି ଉପରେ ଧାରଣା ନାହିଁ। ଓଡ଼ିଶାର ଶାସନ ଆଉଟସୋର୍ସ ହୋଇଗଲାଣି।

Leave a Reply

Your email address will not be published. Required fields are marked *