ପୁରୀ : ଦୂର ହେଲା ପାଞ୍ଜି ଦ୍ୱନ୍ଦ । ପାଞ୍ଜି ସମସ୍ୟା ନେଇ ବସିଥିବା ସମୀକ୍ଷା ବୈଠକ ଶେଷ ହୋଇଛି । ଆଉ ଏହି ବୈଠକରେ ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ପାଳିତ ହେବା ନେଇ ନିଷ୍ପତ୍ତି ହୋଇଛି । ବସିଥିବା ସମୀକ୍ଷା ବୈଠକରେ ବାଜିଛି ମୋହର ।

ଖବର ଅନୁଯାୟୀ, ବଜାରରେ କିଛି ପାଞ୍ଜି ମିଳୁଥିଲା । ଯେଉଁଥିରେ ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି ବୋଲି ଉଲ୍ଲେଖ ରହିଥିଲା । ହେଲେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ସୀକୃତ ରାଧାରମଣ ପଞ୍ଜିକା ଏବଂ ଆଉ କିଛି ଗଣନାକାରି ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ ନେଇ ତଥ୍ୟ ଦେଇଥିଲେ । ଯାହାକୁ ନେଇ ଲୋକମାନେ ବିଭ୍ରାନ୍ତି ହେଉଥିଲେ । ତେବେ ଏହି ବିଭାନ୍ତିଙ୍କ ଦୂର କରିବାକୁ ପୂର୍ବରୁ ପୁରୀରେ ଏକ ବୈଠକ ବସିଥିଲା । ହେଲେ ସେହି ବୈଠକରେ ପାଞ୍ଜି ଦ୍ୱନ୍ଦର ହୋଇପାରିନଥିଲା ସମାଧାନ । ଶେଷରେ ସୋମବାର ଦିନ ପୁଣି ଥରେ ବସିଥିଲା ପାଞ୍ଜି ବୈଠକ । ଯେଉଁଥିରେ ପଣା ସଂକ୍ରାନ୍ତି ପାଳନ ନେଇ ଚାଲିଥିବା ଦ୍ୱନ୍ଦର ଅନ୍ତ ହୋଇଛି । ପାଞ୍ଜିକାର ଏବଂ ଗଣନାକାରୀଙ୍କ ମତରେ ଏପ୍ରିଲ ୧୪ ତାରିଖରେ ପଣା ସଂକ୍ରାନ୍ତି ନେଇ ନିଷ୍ପତ୍ତି ହୋଇଛି । ୧୪ ତାରିଖରେ ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ପାଳିତ ହେବ । ସେହିପରି ଚଳିତ ବର୍ଷ ଅନବସର ୧୩ ଦିନ ହେବ । ନବଯୌବନ ଦର୍ଶନ , ଉଭା ଅମାବାସ୍ୟା ଓ ନେତ୍ରୋତ୍ସବ ଗୋଟିଏ ଦିନରେ ପାଳନ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *