ଭଦ୍ରକ ପୁରୁଣାବଜାର ଥାନା ସନ୍ଥିଆ ନିକଟରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି। ମହମ୍ମଦଙ୍କ ବିରୋଧରେ ଏକ ପୋଷ୍ଟକୁ ନେଇ ପୂର୍ଣ୍ଣବଜାରର ମୁସଲିମ ଯୁବଗୋଷ୍ଠୀ ରାସ୍ତା ଅବରୋଧ କରିଥିଲେ। ଏଥିସହ ସେମାନେ ଦୋଷୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଏକ ଶୋଭାଯାତ୍ରାରେ ଯାଉଥିଲେ। ସେମାନେ ପୂର୍ଣ୍ଣବଜାର ଥାନା ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି। ଶୋଭାଯାତ୍ରା ବେଳେ ପୋଲିସ ସେମାନଙ୍କୁ ଅଟକାଇବାରୁ ଆକ୍ରମଣ ଶିକାର ହୋଇଛି। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲୋକ ପଥରମାଡ଼ କରିଥିଲେ। ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ବେଳେ ପୋଲିସକୁ ମାଡ଼ ମାରିଛନ୍ତି। ସିଟି ଡିଏସ୍‌ପି ଓ ଟାଉନ୍ ଥାନା ଏସ୍‌ଆଇଙ୍କୁ ଉତ୍ତ୍ୟକ୍ତ ଲୋକ ଆକ୍ରମଣ କରିଛନ୍ତି।

ପଥରମାଡ଼ରେ ୨ ବରିଷ୍ଠ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ୩ ଥାନାର ୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ଏଥିସହ ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *