ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରାପଡିଛନ୍ତି ତାଳଚେର ଟ୍ରାଫିକ ଇନସ୍ପେକ୍ଟର। ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରାଙ୍କ ଘରୁ ଜବତ ହୋଇଛି ୨୪ ଲକ୍ଷ ଟଙ୍କା। କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବାଟରେ ବାଲିଅନ୍ତାରେ ୧୧ଲକ୍ଷ ଟଙ୍କା ସହ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଧରାପଡିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଜିତେନ୍ଦ୍ର। ତାଳଚେର ଭଡା ଘରୁ ୩ଲକ୍ଷ ଟଙ୍କା, ୩୩୬ଗ୍ରାମ ସୁନା ଜବତ ଓ ଅସ୍ତରଙ୍ଗ ଘରୁ ୧୦ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ମୋଟ ୨୪ଲକ୍ଷ ୨୪ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ସୂଚନା ମିଳିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *