ଜଟଣୀ ନିର୍ବାଚନମଣ୍ଡଳୀରୁ ଲଢ଼ିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ । ଜଟଣୀରୁ ଲଢ଼ିବା ନେଇ ନିଜେ ସ୍ପଷ୍ଟ କଲେ ମନ୍ମଥ ରାଉତରାୟ । କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ।

ଭୁବନେଶ୍ୱର ବିମାନବନ୍ଦରରେ ପୁଅକୁ ସ୍ୱାଗତ ବେଳେ ସୁର ଏହି ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ ଆଜିଠୁ ମନ୍ମଥ ଜଟଣୀ ଦାୟିତ୍ୱ ନେଲେ, ତମମାନଙ୍କ ପାଇଁ ଚାକିରି ଛାଡ଼ି ଆସିଲେ।

ପୂର୍ବରୁ, କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ତାଙ୍କୁ ଦଳରୁ ବାହାର କରଯାଇଥିଲା । ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନ ହେବା ନେଇ ମିଡିଆରେ କହିଥିଲେ ମନ୍ମଥ । ସୋ’ କଜ୍‌ ନୋଟିସର ଉତ୍ତର ନଦେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *