ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ମଧ୍ୟରେ ODRAF ଟିମ୍ର ତ୍ୱରିତ ପଦକ୍ଷେପ ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ଆଶାର କିରଣ ପାଲଟିଛି । ପାତ୍ରପୁର ବ୍ଲକର ଖମ୍ବାରୀଗାଁ ଚାରିପଟେ ବନ୍ୟାଜଳ ଘେରି ରହିବାରୁ ଗାଁଟି ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିଲା। ଏହି ସମୟରେ ଗାଁର ଜଣେ ଗର୍ଭବତୀ ମହିଳାଙ୍କର ହଠାତ୍ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଚାରିପଟେ ବନ୍ୟାଜଳ ଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଥିଲା। ଖବର ପାଇବା ମାତ୍ରେ ODRAF ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରଖର ଜଳସ୍ରୋତକୁ ଖାତିର ନକରି ଉଦ୍ଧାରକାରୀ ଦଳ ଷ୍ଟ୍ରେଚର୍ ସାହାଯ୍ୟରେ ମହିଳାଙ୍କୁ ସୁରକ୍ଷିତ ଭାବେ ବନ୍ୟାଜଳ ପାର କରାଇଥିଲେ। ପରେ ଏକ ଗାଡ଼ି ଯୋଗେ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)କୁ ପହଞ୍ଚାଯାଇଥିଲା। ବିପଦପୂର୍ଣ୍ଣ ପରିସ୍ଥିତିରେ ODRAF ଟିମ୍ର ତ୍ୱରିତ ପଦକ୍ଷେପ, ସାହସ ଓ ସମନ୍ୱିତ ଉଦ୍ଧାର କାର୍ଯ୍ୟ ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କୁ ସମୟୋଚିତ ଚିକିତ୍ସା ପାଇଁ ଡାକ୍ତରଖାନା ପହଞ୍ଚାଇବା ସମ୍ଭବ ହୋଇପାରିଛି। Post navigation Ganjam Floods: ଓଡ଼ିଶା ଇତିହାସରେ ଚତୁର୍ଥ ସର୍ବାଧିକ ବର୍ଷା ରେକର୍ଡ, ପାତ୍ରପୁରରେ ୨୪ ଘଣ୍ଟାରେ ୫୪୬ ମିମି ବର୍ଷା Firecracker Guidelines in Odisha: ବାଣ ଫୁଟାଇବାକୁ ଓଡ଼ିଶା ପ୍ରଦୂଷଣ ବୋର୍ଡର ନୂଆ ଗାଇଡ୍ଲାଇନ୍