ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ସାରା ରାଜ୍ୟରେ ପରିସ୍ଥିତି ଅସହ୍ୟ ହୋଇପଡ଼ିଛି। ଆଜି ୬ଟି ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ହିଟ୍ ୱେଭ୍ ସତର୍କ ସୂଚନା ଜାରି କରିଛି । ହିଟ୍ ୱେଭ୍ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, କେନ୍ଦୁଝର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗିର । ଏହା ସହିତ, ଗରମ ଏବଂ ଆର୍ଦ୍ରତା ଯୋଗୁଁ ୧୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ଯାହା ଅସ୍ୱସ୍ତି ସ୍ତରକୁ ଆହୁରି ବୃଦ୍ଧି କରୁଛି। ପାଣିପାଗ କାର୍ଯ୍ୟାଳୟ ୬ଟି ଜିଲ୍ଲାରେ ବଜ୍ରପାତ ଏବଂ ବର୍ଷା ପାଇଁ ସତର୍କତା ଜାରି କରିଛି, ଯାହା ଆଗାମୀ ଦିନରେ ପାଗ ଧାରାରେ ପରିବର୍ତ୍ତନ ହେବାର ସମ୍ଭାବନାକୁ ସୂଚିତ କରୁଛି। ଗତକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଥିଲା । ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ଜିଲ୍ଲାରେ ପରିଣତ ହୋଇଥିଲା । ଝାରୁସୁଗୁଡ଼ା ଓ ତାଳଚେର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । Post navigation CM Mohan Majhi Balangir Visit: ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ବିଭିନ୍ନ ଥାନାରେ ନେତା ଅଟକ Summer Vacation For Schools: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ; ଏପ୍ରିଲ ୨୭ରୁ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ