ନୂଆଦିଲ୍ଲୀରେ ଆୟୋଜିତ ୪୩ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ଯ ମେଳା (ଆଇଆଇଟିଏଫ୍) ରେ ଓଡ଼ିଶା ପାଭିଲିଅନ୍ ରୌପ୍ଯ ପଦକ ଜିତିବା ପ୍ରତ୍ଯକ ଓଡ଼ିଆଙ୍କ ପାଇଁ ଅତ୍ଯନ୍ତ ଆନନ୍ଦ ଏବଂ ଗର୍ବର ବିଷୟ ।

ଓଡ଼ିଶା ନୂଆଦିଲ୍ଲୀର ପ୍ରିନ୍ସିପାଲ୍ ରେସିଡେଣ୍ଟ୍ କମିଶନର ବିଶାଲ ଗଗନ ଆଜି ଇଣ୍ଡିଆ ଟ୍ରେଡ୍ ପ୍ରମୋସନ୍ ଅର୍ଗାନାଇଜେସନ୍ ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂ ଖରୋଲାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ରାଜ୍ଯର ଓଡ଼ିଆ କଳାତ୍ମକତା, ସାଂସ୍କୃତିକ ଉତ୍ସାହ ଏବଂ ବିକାଶମୂଳକ ପଦକ୍ଷେପକୁ ପ୍ରଦର୍ଶିତ କରିବା ପାଇଁ ଓଡ଼ିଶା ପାଭିଲିଅନରେ ମୋଟ ୨୫ ଟି ସ୍ୱତନ୍ତ୍ର ଷ୍ଟଲ ଥିଲା।

ବିକଶିତ ଭାରତ, ବିକଶିତ ଓଡ଼ିଶା’ ଥିମରେ ଚଳିତ ବର୍ଷ ‘ଓଡ଼ିଶା ମଣ୍ଡପ’ର ଡିଜାଇନ ପ୍ରସ୍ତୁତ କରାଯାଇଥିଲା । ଏଠାରେ ରାଜ୍ୟର ପ୍ରାଚୀନ କୀର୍ତ୍ତିରାଜି ସହ ଭାରତର ଆଧୁନିକ ବିଜ୍ଞାନ ଓ କାରିଗରିର ଯାତ୍ରା ପ୍ରତିଫଳିତ ହୋଇଥିଲା ।

ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ମୁଖଶାଳା ମୁକ୍ତେଶ୍ୱର ତୋରଣ, କୋଣାର୍କ ମନ୍ଦିରର ପ୍ରତିରୂପ, ରତ୍ନଗିରିର ବୌଦ୍ଧ କୀର୍ତ୍ତିରାଜି ସହ ଅତ୍ୟାଧୁନିକ ବୁଲେଟ୍ ଟ୍ରେନ ଓ ଶିଳ୍ପ ପ୍ରଗତିର ଚିତ୍ର ଓଡ଼ିଶା ମଣ୍ଡପକୁ ଅଧିକ ଆକର୍ଷଣୀୟ କରିଥିଲା।

ଆଦିବାସୀ କଳା ଏବଂ ହସ୍ତଶିଳ୍ପ, ମିଶନ ଶକ୍ତି ସ୍ୱୟଂସହାୟକ ଗୋଷ୍ଠୀର ଉତ୍ପାଦନ, କଣ୍ଡାମାଲର ମସଲା, ଜୈବିକ ଉତ୍ପାଦ ଯେପରିକି କାଲାଜିରା ଚାଉଳ, ପାମ୍ କ୍ୟାଣ୍ଡି , ବ୍ରହ୍ମପୁର ଆଚାର, ଶ୍ରୀ ଆନ୍ନ ଏବଂ ବ୍ରାଉନ୍ ଚାଉଳ ଫ୍ଲେକ୍ସରୁ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ଯ, ବିଭିନ୍ନ ପ୍ରକାରର ପିଠା, ରସଗୋଲା, ଛେନା ଝିଲି, ଛେନାପୋଡା ଏବଂ ଦହିବାରା ଇତ୍ୟାଦି ପର୍ଯ୍ଯଟକଙ୍କ ଦ୍ୱାରା ପସନ୍ଦ, ପ୍ରଶଂସା ଏବଂ ଉପଭୋଗ କରାଯାଇଥିଲା |

ଓଡ଼ିଶା ମଣ୍ଡପକୁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ ଆସିଥିବା ବେଳେ ମଣ୍ଡପରେ ୫୫ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିଲା । ଓଡ଼ିଶାର କାରିଗର ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଓ ଉତ୍ପାଦ ପ୍ରତି ଦେଶବିଦେଶର ବହୁସଂଖ୍ୟକ ବ୍ୟବସାୟୀ ଆକୄଷ୍ଟ ହୋଇ ସେମାନଙ୍କ ସହିତ ବ୍ୟବସାୟୀକ ବାର୍ତ୍ତାଳାପ କରିଥିଲେ ।

ଉଲ୍ଲେଖନୀଯ଼ କଥା ହେଉଛି, ଓଡ଼ିଶା ପାଭିଲିଅନ୍ ୨୦୨୩ ରେ ସ୍ୱର୍ଣ୍ଣ ପଦକ ଜିତିଥିଲା।

Leave a Reply

Your email address will not be published. Required fields are marked *