ଓଡ଼ିଶାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ପତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି ବର୍ତ୍ତମାନ ବିଧାୟକମାନଙ୍କୁ ଯେଉଁ ଦରମା ମିଳୁଛି, ତାହା ‘ସମୁଦ୍ରକୁ ଶଙ୍ଖେ’ ସଦୃଶ। ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ରକ୍ଷା କରିବା ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅଧିକ ଖର୍ଚ୍ଚ ହେଉଥିବାରୁ ଏହି ଦରମା ବୃଦ୍ଧି ହେବା ଜରୁରୀ। ଏହା ସହିତ ସେ ପୂର୍ବତନ ବିଧାୟକମାନଙ୍କ ସମ୍ପର୍କରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବତନ ବିଧାୟକମାନଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିବା ଦର୍ଶାଇ ସେମାନଙ୍କ ସାର୍ବଜନୀନ ଜୀବନ ଓ ଲୋକ ସମ୍ପର୍କକୁ ବଜାୟ ରଖିବା ପାଇଁ ଦରମା ଓ ଭତ୍ତା ବୃଦ୍ଧିର ଆବଶ୍ୟକତା ରହିଛି।

 

 

Leave a Reply

Your email address will not be published. Required fields are marked *