ରାଜ୍ୟବ୍ୟାପୀ ଆୟୋଜିତ ହେଉଛି “ଘରେ ଘରେ ତ୍ରିରଙ୍ଗା” ଅଭିଯାନ । ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ତ୍ରିରଙ୍ଗା ଅଭିଯାନ । ଭୁବନେଶ୍ୱରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘ହର ଘର ତିରଙ୍ଗା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନକୁ ସଫଳ କରିବା ପାଇଁ ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଜିଲ୍ଲା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି କରାଯାଇଛି। କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅଭିଯାନ ଆୟୋଜନ କରାଯାଉଛି । ଏନେଇ ଆଜି ହାତୀଆଶୁଣି ପଡିଆ ଠାରୁ ଲୁମ୍ବିନ ବିହାର ପଯ୍ୟନ୍ତ ରାଜ୍ୟସ୍ତରୀୟ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଛି । ୪୪ ଲକ୍ଷ ୪୦ ହଜାର ଜାତୀୟ ପତାକାକୁ ନେଇ ତ୍ରିରଙ୍ଗା ଯାତ୍ରା ପ୍ରସ୍ତୁତ ହୋଇଛି। ଆଜିଠାରୁ ଘରେ ଘରେ ତିରଙ୍ଗା ଲଗାଇ ଅଭିଯାନକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ କରାଯାଇଛି । ଏହି ରାଲିରେ ସରକାରୀ ଅଧିକାରୀ, ଯୁବପିଢ଼ି, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ବହୁ ସଂଖ୍ୟାରେ ଯୋଗଦେବେ ବୋଲି ଆଶା କରାଯାଉଛି। ସରକାର ପ୍ରତ୍ୟେକ ନାଗରିକଙ୍କୁ ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ସ୍ଥାନୀୟ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକୁ ଏକ ଗଣ-ଉତ୍ସବରେ ପରିଣତ କରିବାକୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ନାଗରିକମାନଙ୍କୁ ଏକତାରେ ରହିବା ଏବଂ ଦେଶ ପାଇଁ ଏକାଠି କାମ କରିବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଭାରତୀୟ ଭାବରେ, ଆମକୁ ଏକତାରେ ବନ୍ଧନରେ ବାନ୍ଧି ରହିବାକୁ ପଡିବ ଏବଂ ଦେଶର ପ୍ରଗତି ପାଇଁ ନିଜକୁ ଉତ୍ସର୍ଗ କରିବାକୁ ପଡିବ । ଭାରତର ଅଭିବୃଦ୍ଧି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ପାଇଁ ବାଟରେ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ବିକାଶ ଯାତ୍ରାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। Post navigation Odisha Clinches 16th Hockey India Junior Men National Championship 2026 Title