ଓଡ଼ିଶା ସରକାର ତିନି ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ପାଇଁ ବଦଳି ଆଦେଶ ଜାରି କରିଛନ୍ତି। ସେମାନଙ୍କ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷଙ୍କୁ ଦୁଇ ଦିନ ମଧ୍ୟରେ ସେମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ର ମୁଖ୍ୟ ମହାପ୍ରବନ୍ଧକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଝାରସୁଗୁଡ଼ାର ଅତିରିକ୍ତ ଜିଲ୍ଲାପାଳ (ADM) ଭାବେ ନିଯୁକ୍ତ କରାଯାଇଥିବା ବେଳେ କଟକସ୍ଥିତ ବୋର୍ଡ ଅଫ୍ ରେଭେନ୍ୟୁର ଯୁଗ୍ମ ସଚିବ ବସନ୍ତ କୁମାର ସେଠୀଙ୍କୁ ବ୍ରହ୍ମପୁର ଆଞ୍ଚଳିକ ଶିଳ୍ପ କେନ୍ଦ୍ର (RIC)ର ଆଞ୍ଚଳିକ ପ୍ରବନ୍ଧକ ଭାବେ ବଦଳି କରାଯାଇଛି।

ସେହିପରି ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ଶରତ ମାଝୀଙ୍କୁ କୋରାପୁଟର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *