ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବନ୍ୟା ପ୍ରଭାବିତ କିମ୍ବା ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ସ୍ଥିତିର ପରିଚାଳନା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ସମୀକ୍ଷା ପାଇଁ ୩ ଜଣ ବରିଷ୍ଠ IAS ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶିତ ଆଦେଶନାମା ଅନୁଯାୟୀ ୩ ଜଣ ବରିଷ୍ଠ IAS ଅଫିସର ସୁଧାଂଶୁ ମୋହନ ସାମଲ, କେ ସୁଦର୍ଶନ ଚକ୍ରବର୍ତ୍ତୀ, ପି. ଅନ୍ୱେଷା ରେଡ୍ଡୀଙ୍କୁ ତୁରନ୍ତ ସମ୍ପୃକ୍ତ ଜିଲ୍ଲାକୁ ଯାଇ ବନ୍ୟା ପରିଚାଳନା କାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ଦାୟିତ୍ୱରେ ଓଏମସି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ସୁଧାଂଶୁ ମୋହନ ସାମଲ ରହିବେ । ସେହିପରି ବାଲେଶ୍ୱର ଦାୟିତ୍ୱରେ ଓଏସସିଏସସି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଆଏଏସ୍ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଯାଜପୁର ଦାୟିତ୍ୱରେ ଅବକାରୀ ବିଭାଗ ଆୟୁକ୍ତ ଆଇଏଏସ୍ ପି. ଅନ୍ୱେଷା ରେଡ୍ଡୀ ରହିବେ । Post navigation Odisha’s Patriotic Music Fest “Bharatiyam”: ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ‘ଭାରତୀୟମ୍’ ଆୟୋଜିତ