ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ କନ୍ଧମାଳ ଜିଲ୍ଲାରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ମାମଲାର ରାଜସ୍ୱ ଡିଭିଜନାଲ କମିଶନର (ଆରଡିସି) ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତ ଅକ୍ଟୋବର ୩୦ରେ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ୍ ମଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇବା ପରେ ରମିତା ମାଝୀ ଓ ରୁନୁ ମାଝୀ ନାମକ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ଯ ଛଅ ଜଣଙ୍କର ସ୍ୱାସ୍ଥ୍ଯ ଗୁରୁତର ହୋଇଯାଇଥିଲା।

ସମସ୍ତ ପୀଡିତ ଙ୍କୁ ଚିକିତ୍ସା ପାଇଁ ଏମ୍. କେ. ସି. ଜି. ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ଯରୁ ଦୁଇଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଥିଲା। ପୂର୍ବରୁ, ପୋଷ୍ଟମର୍ଟମ ପରୀକ୍ଷାକୁ ଦର୍ଶାଇ ରାଜ୍ଯ ପ୍ରଶାସନ ସ୍ପଷ୍ଟ କରିଥିଲା ଯେ ଆମ୍ବ ଟାକୁଆ ଜନିତ ନୁହେଁ ବରଂ ଫୁଡ ପଏଜନିଙ୍ଗ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଛି।

By Nirvay

Leave a Reply

Your email address will not be published. Required fields are marked *