ଭୁବନେଶ୍ୱର: ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ସେନେଇ ସସ୍‌ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ ଆସନ ପାଇବ। ଗତ କିଛିଦିନ ଧରି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ବିଜେପି ଓ ବିଜେଡି ଭିତରେ ମେଣ୍ଟ ଚର୍ଚ୍ଚାକୁ ନେଇ ବିଜେଡି ବିଧାୟକ ନୃସିଂହଚରଣ ସାହୁ ଏକ ବଡ଼ ବୟାନ ଦେଇଛନ୍ତି ।

 

ସେ କହିଛନ୍ତି ଯେ ଉଭୟ ଦଳ ଭିତରେ ମେଣ୍ଟ ହେଉ କି ନହେଉ ବିଜେଡି ୧୧୦ରୁ ଅଧିକ ସିଟ ଜିତିବ । ମେଣ୍ଟ ବାବଦରେ ଶୁଣୁଛୁ । କିନ୍ତୁ ବିଜେଡି ସୁମ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ କେବଳ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ମେଣ୍ଟ ପାଇଁ କେବଳ ରାଜି ହୋଇଛି । ମେଣ୍ଟ ହେଲେ କିଛି ଲୋକଙ୍କ ଟିକେଟ କଟିବ, କେହି ବିଦ୍ରୋହୀ ହେବେନି ବୋଲି ନୃସିଂହ ଚରଣ ସାହୁ କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ପୁଣି ମେଣ୍ଟ ଚର୍ଚ୍ଚା ଭିତରେ ଆଉ ଏକ ବଡ଼ ବୟାନ ଦେଇଛନ୍ତି । ଭଦ୍ରକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ସାମଲ ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ନିଜ ମନ୍ତବ୍ୟକୁ ଦୋହରାଇଛନ୍ତି । ରାଜ୍ୟରେ ବିଜେପି ଓ ବିଜେଡି ଭିତରେ ମେଣ୍ଟ ହେବ ବୋଲି କିଏ ପ୍ରଚାର କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଯିଏ ମେଣ୍ଟ ସମ୍ପର୍କରେ ଚର୍ଚ୍ଚା କରୁଛି ସେ ହିଁ ତା’ର ଉତ୍ତର ଦେଇପାରିବ । ଏପରିକି ଆସନ୍ତା ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଲର ଲହର ଖେଳିବ ବୋଲି ଶ୍ରୀ ସାମଲ ଦୃଢୋକ୍ତ ପ୍ରକାଶ କରିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *