ଭୁବନେଶ୍ଵର:ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ଫେବୃଆରୀ 15 ଯାଏଁ ରହିଛି ପାର୍ଥୀପତ୍ର ଦାଖଲର ଶେଷ ତାରିଖ । ପ୍ରାର୍ଥୀ ମାନେ ଫେବୃଆରୀ 16 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । 20 ଫେବୃଆରୀ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ଏହା ପରେ 27 ଫେବୃଆରୀ ସକାଳ 9 ଟା ରୁ 4 ଟା ଯାଏ ଭୋଟ ଗ୍ରହଣ ହେବ । ସେହିଦିନ ଅପରାହ୍ନ 5 ଟାରୁ ଭୋଟ ଗଣତି କରାଯିବ।

ଓଡ଼ିଶାର ତିନି ରାଜ୍ୟ ସଭା ସିଟ ପାଇଁ ନିର୍ବାଚନ ହେବ । ଆସନ୍ତା ଅପ୍ରେଲ 3 ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି । ଅଶ୍ୱିନୀ ବୈଷ୍ଣବ 2019 ଜୁନ୍ 29ରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ପ୍ରଶାନ୍ତ ନନ୍ଦ 2016 ଅପ୍ରେଲ 4 ତାରିଖରୁ ରାଜସଭାକୁ ନିର୍ବାଚିତ ହୋଇଥିଲେ । ଅମର ପଟ୍ଟନାୟକ ବିଜେଡି ତରଫରୁ ରାଜ୍ୟସଭାକୁ 2019 ଜୁନ 29 ତାରିଖରେ ଯାଇଥିଲେ । ଏହି 3 ନେତାଙ୍କ କାର୍ଯ୍ୟକାଳ ଆସନ୍ତା ଅପ୍ରେଲ 3 ତାରିଖରେ ଶେଷ ହେବାକୁ ଯାଉଛି । ଓଡ଼ିଶା ସମେତ 15ଟି ରାଜ୍ୟର 56 ଜଣ ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *