ଭୁବନେଶ୍ବର: ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଲା ନାହିଁ। ପ୍ରତିଶ୍ରୁତି ପୂରଣ ନହେବା ପ୍ରତିବାଦରେ ଓଷ୍ଟା ଶିକ୍ଷକମାନେ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବ ଯୋଜନା ଅନୁସାରେ ହଜାର ହଜାର ଶିକ୍ଷକ ଏକତ୍ର ହୋଇ ରାଜଧାନୀ ଲୋୟର ପିଏମଜିରେ ବିଶାଳ ସମାବେଶ କରିଛନ୍ତି। ଏଥି ସହିତ ସେମାନେ ସରକାରଙ୍କୁ ସେମାନଙ୍କର ଦାବି ସଂପର୍କରେ ଜଣାଇଛନ୍ତି।

 

ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ପ୍ରଦାନ କରିବା, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ କରିବା ଇତ୍ୟାଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁନଥିବାରୁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *