ଦେଶରେ ହାଇଓ୍ବେ ଟୋଲ୍ ଆଦାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ମେ’ ୧, ୨୦୨୫ ରୁ, ଟୋଲ୍ ଆଦାୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି। ୧ ମେ’ରୁ ଆପଣଙ୍କୁ ଟୋଲ୍ ଟ୍ୟାକ୍ସ ଦେବା ପାଇଁ ଫାସ୍ଟ୍ୟାଗ୍ ଆବଶ୍ୟକ ହେବ ନାହିଁ କିମ୍ବା ଟୋଲ୍ ପ୍ଲାଜାରେ ଅଟକିବାର ଅସୁବିଧା ହେବ ନାହିଁ। ଯାହା ଟୋଲ ପ୍ଲାଜାରେ ଭିଡକୁ କମାଇବା ସହ ଯାତ୍ରୀଙ୍କ ସମୟ ମଧ୍ୟ ବଞ୍ଚିବ । ମେ’ ପହିଲାରୁ ନୂତନ ଟୋଲ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଫାସ୍ଟ୍ୟାଗ୍ ଯୁଗର ଅନ୍ତ ଘଟିବ। କେନ୍ଦ୍ରମନ୍ତ୍ରୀ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏ ସମ୍ପର୍କରେ ଆଜି ଏକ ବଡ଼ ଘୋଷଣା କରିଛନ୍ତି, ଯାହା ଦେଶର ରାଜପଥରେ ଟୋଲ୍ ଆଦାୟ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିପାରିବ । ନୀତିନ ଗଡକରୀ କହିଥିଲେ ଯେ, କେନ୍ଦ୍ର ସରକାର ଆଗାମୀ ୧୫ ଦିନ ମଧ୍ୟରେ ଏକ ନୂତନ ଟୋଲ୍ ନୀତି ଆଣୁଛନ୍ତି ଏବଂ ଯେତେବେଳେ ଏହି ନୀତି କାର୍ଯ୍ୟକାରୀ ହେବ, ସେତେବେଳେ କାହାକୁ ଟୋଲ୍ ବିଷୟରେ ଅଭିଯୋଗ କରିବାକୁ ପଡ଼ିବ ନାହିଁ । ଏବେ ମୁଁ ଏହା ବିଷୟରେ ଅଧିକ କହିବି ନାହିଁ। ରାଜପଥ ଟୋଲ ପ୍ଲାଜାର ବର୍ତ୍ତମାନର ବ୍ୟବସ୍ଥାକୁ ବଦଳାଇବା ପାଇଁ ସରକାର ମେ’ ସୁଦ୍ଧା ଜିପିଏସ୍ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ସମେତ ନୂତନ ଜ୍ଞାନକୌଶଳ ପ୍ରଚଳନ କରିବେ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ରାଜପଥରେ ଟ୍ରାଫିକ୍ ହ୍ରାସ କରିବା ଏବଂ ରାଜପଥରେ ଯାତ୍ରା କରୁଥିବା ସଠିକ୍ ଦୂରତା ପାଇଁ ଗାଡ଼ି ଚାଳକଙ୍କଠାରୁ ଶୁଳ୍କ ଆଦାୟ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ସୂଚନା ଯୋଗ୍ୟ; ଏ ପର୍ଯ୍ୟନ୍ତ ଟୋଲ୍ ଟ୍ୟାକ୍ସ ଦେବା ପାଇଁ ଫାସ୍ଟ୍ୟାଗ୍ ବ୍ୟବହାର କରାଯାଉଥିଲା, କିନ୍ତୁ ଏବେ ଏହା ସ୍ଥାନରେ ଏକ ନୂତନ ଜିପିଏସ୍ ଆଧାରିତ ଟୋଲ୍ ସିଷ୍ଟମ୍ ପ୍ରଚଳନ କରାଯାଉଛି। ଏହି ନୂତନ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଟୋଲ୍ ଆଦାୟକୁ ସହଜ, ଅଧିକ ସଠିକ୍ ଏବଂ ସ୍ୱଚ୍ଛ କରିବା। ଏହାଦ୍ବାରା ରାଜପଥରେ ଟ୍ରାଫିକ୍ ଜାମ୍ ସମସ୍ୟାକୁ ମଧ୍ୟ ହ୍ରାସ କରାଯାଇପାରିବ। ଅର୍ଥାତ୍, ଆପଣ ରାଜପଥରେ ଯେତେ ଦୂର ଯାତ୍ରା କରିବେ, ସେହି ପରିମାଣର ଟୋଲ୍ ଆପଣଙ୍କ ଆକାଉଣ୍ଟରୁ ଆପେ ଆପେ କଟିଯିବ । ବିଶେଷ କଥା ହେଉଛି ଲୋକଙ୍କୁ ଟୋଲ୍ ପ୍ଲାଜାରେ ଅଟକିବାକୁ ପଡିବ ନାହିଁ । ପ୍ରାରମ୍ଭରେ, ଏହି ବ୍ୟବସ୍ଥା ଟ୍ରକ୍ ଏବଂ ବସ୍ ଭଳି ବଡ଼ ଯାନରେ କାର୍ଯ୍ୟକାରୀ କରାଯିବ, ତା’ପରେ ଧୀରେ ଧୀରେ ଏହା ସମସ୍ତ ବ୍ୟକ୍ତିଗତ ଯାନ ଏବଂ କାରରେ କାର୍ଯ୍ୟକାରୀ ହେବ । Post navigation କେନ୍ଦ୍ରୀୟ ଡେପୁଟେସନରେ ଯିବେ ନିକୁଞ୍ଜ ଧଳ ଓଡିଶା, ଝାଡ଼ଖଣ୍ଡ ସୀମାନ୍ତରେ ଆଇଇଡି ବିସ୍ଫୋରଣ; ଅଳ୍ପକେ ବର୍ତ୍ତିଲେ ୨ ଯବାନ