ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିଅଧ୍ୟାୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ନାହିଁ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ୩ ଦିନ ବର୍ଷାରୁ ମିଳିବ ଆଶ୍ୱସ୍ତି। ୨ ତାରିଖ ପରେ ପୁନର୍ବାର ବର୍ଷା ହୋଇପାରେ। ମନ୍ତ୍ରୀ କହିଛନ୍ତି ଉପରମୁଣ୍ଡରେ ବର୍ଷା କମିଥିବାରୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି। କିନ୍ତୁ ମହାନଦୀର ମୁଣ୍ଡଳୀ ଠାରେ ଜଳପ୍ରବାହ ବଢ଼ିବାରେ ଲାଗିଛି।ମୁଣ୍ଡୁଳୀରେ ସନ୍ଧ୍ୟା ସୁଦ୍ଧା ୯ ଲକ୍ଷ କ୍ୟୁସେକ ଜଳ ପ୍ରଭାହିତ ସମ୍ଭାବନା ରହିଛି। ଏଥି ସହିତ ଯାଜପୁର ଜିଲ୍ଲାରେ ୨ଟି ଘାଇ ହୋଇଛି । ପ୍ରଶାସନ ପକ୍ଷରୁ ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା, ସରକାରୀ ପରାମର୍ଶ ମାନିବା ଏବଂ କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ ଅନୁରୋଧ କରାଯାଇଛି। Post navigation Crackdown on Kesinga Cops: ବିଧାୟିକାଙ୍କ ସରକାରୀ ଘରେ ପୋଲିସ ପଶିବା ଘଟଣା: ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ Flood Situation in Odisha: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ସମ୍ପୂର୍ଣ୍ଣ ସଜାଗ ରାଜ୍ୟ ସରକାର: ମୁଖ୍ୟମନ୍ତ୍ରୀ