ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ଅଞ୍ଚଳବାସୀଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି । ନୀଳଗିରିକୁ ପାସେଞ୍ଜର ଟ୍ରେନ ଚାଲିବା ନେଇ ବହୁ ଦିନରୁ ଅଞ୍ଚଳବାସୀ ଅପେକ୍ଷା କରିଥିଲେ । ଶନିବାର ଦିନ ନୀଳଗିରି ଗୋପୀନାଥପୁର ଠାରେ ନୂତନ ରେଳଷ୍ଟେସନର ଲୋକାର୍ପଣ ହେବା ସହ ପାସେଞ୍ଜର ଟ୍ରେନ ଗଡିଛି । ନୀଳଗିରି ଅଞ୍ଚଳକୁ ପେସେଞ୍ଜର ଟ୍ରେନ ଚାଲିବା ନେଇ ଦାବି ହୋଇ ଆସୁଥିବା ବେଳେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ବାରମ୍ବାର ଦାବି କରିବା ସହ ଚିଠି ଲେଖି ଆସୁଥିଲେ । ଶେଷରେ ତାଙ୍କର ଦାବି ମଧ୍ୟ ପୂରଣ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରାଳୟ ।

ରେଳମନ୍ତ୍ରୀ ନୂତନ ଷ୍ଟେସନ ନିର୍ମାଣ କାର୍ଯ୍ୟର ଶୁଭ ପୂର୍ବରୁ ଦେଇ ଏହା ପ୍ରଧାନମନ୍ତ୍ରୀଙ୍କ ଅବଦାନ ବୋଲି କହିଥିଲେ । କାମ ସରିଥିବା ବେଳେ ନୂଆ ପାସେଞ୍ଜର ଟ୍ରେନ ଭେଟି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶନିବାର ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ୧୦ ହଜାର ଅଞ୍ଚଳବାସୀ ଏହି ଶୁଭ ମୁହୂର୍ତ୍ତରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ନୂତନ ପାସେଞ୍ଜର ଟ୍ରେନକୁ ଫୁଲରେ ସୁସଜ୍ଜିତ କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ଲୋକାର୍ପିତ କରିଛନ୍ତି । ତାଙ୍କ ସହ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ସମେତ ବିଭିନ୍ନ ରେଳ ବିଭାଗର ଅଧିକାରୀ ଉପସ୍ଥିତ ରହିଛନ୍ତି ।

 

ଏହା ସହ ଜିଲ୍ଲାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ କାର୍ଯ୍ୟକ୍ରମ। ଜିଲାରେ ପହଂଚିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରଥମେ ରେମୁଣାରେ ଥିବା କ୍ଷୀରଚୋରା ଗୋପିନାଥ ମନ୍ଦିର ଯାଇ ଦର୍ଶନ କରିଛନ୍ତି। ମନ୍ଦିରରେ ପୂଜାର୍ଚ୍ଚନା କରି ଆଶିଷ ଲାଭ କରିଛନ୍ତି। ଏହାପରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବାହାରିଛନ୍ତି ଅଶ୍ୱିନୀ ବୈଷ୍ଣବ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସାଂସଦ ପ୍ରତାପ ଷଡଙ୍ଗୀ ଯୋଗ ଦେଇଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *