ସମ୍ବଲପୁର: ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ନିଜର ସାଙ୍ଗଠନିକ ଦକ୍ଷତାକୁ ଆହୁରୀ ବୃଦ୍ଧି କରିବାରେ ଜୋରସୋରରେ ଲାଗି ପଡ଼ିଛନ୍ତି। ଏହି କ୍ରମରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ରାଜନୈତିକ ପେଣ୍ଠସ୍ଥଳି ସମ୍ବଲପୁର ଠାରେ ବବି ଦାସ ବନାମ ଧର୍ମେନ୍ଦ୍ର ପ୍ରଧାନ ଖବର ଚର୍ଚ୍ଚାରେ।

ସୂଚନା ଅନୁଯାୟୀ ପୂର୍ବରୁ ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରେ ପାର୍ଥୀ ହେବାର ସୂଚନା କରିଥିବାବେଳେ ଆଜି ବିଜେଡି ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ଇଶରା କରିଛନ୍ତି।

ବବି କହିଛନ୍ତି ଯେ ମୁଁ ହେଲି ମୋ ବସ୍ ନବୀନ ପଟ୍ଟନାୟକଙ୍କ ଏକ ନମ୍ବର କର୍ମୀ ଆଉ ଏକ ନମ୍ବର ଯୋଦ୍ଧା। ସେ ଯେଉଁଠି ମତେ ଲଢ଼ିବା ପାଇଁ ଆଦେଶ ଦେବେ, ମୁଁ ସେଠାରୁ ଲଢ଼ିବି। ସମ୍ବଲପୁରକୁ ମୂଖ୍ୟମନ୍ତ୍ରୀଙ୍କର ବହୁତ୍ ଭଲ ପାଇବା ରହିଛି। ସମ୍ବଲପୁର ମତେବି ବହୁତ୍ ଭଲ ଲାଗେ ବୋଲି ବବି କହିଛନ୍ତି।

ସେ ପ୍ରତିଶୁତି ଦେଇଛନ୍ତି ଯେ ସମ୍ବଲପୁର ପ୍ରେସ କ୍ଲବ ସମସ୍ୟା ଦୂର ହେବ। ପ୍ରେସ କ୍ଲବକୁ ଆହୁରି ବିକଶିତ କରିବା ପାଇଁ ତାଙ୍କ ଚେଷ୍ଟା ଜାରି ରହିବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *