ବରଗଡରେ ବିଶ୍ୱର ସର୍ବବୃହତ ଓପନ ଏୟାର ଥିଏଟର ‘ଧନୁ ଯାତ୍ରା’ ଜାନୁଆରୀ ୩ ରୁ ଆରମ୍ଭ ହେବ ଏବଂ ଜାନୁଆରୀ ୧୩ରେ ସମାପ୍ତ ହେବ।ଭଗବାନ କୃଷ୍ଣଙ୍କ କିମ୍ବଦନ୍ତୀ ନାଟକୀୟ କାହାଣୀ ଏବଂ ଦୁଷ୍ଟ ରାଜା କଂସଙ୍କ ଉପରେ ତାଙ୍କର ବିଜୟ କୁ ଚିତ୍ରଣ କରୁଥିବା ଥିଏଟର ୧୦ ଦିନ ପର୍ଯ୍ଯନ୍ତ ଚାଲିବ।ବରଗଡ ସହର ମଥୁରାରେ ପରିଣତ ହେବ, ଏବଂ ଅମ୍ବାପାଲି ଗୋପ ହେବ।ସମଗ୍ର ସହର ଆଲୋକ ଏବଂ ସାଜସଜ୍ଜାରେ ସଜ୍ଜିତ ହେବ | କିନ୍ତୁ ଏଇ ବର୍ଷ ଧନୁଯାତ୍ରା ରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ | ଏଥର ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ରେ କଂସଭୂମିକାକୁ ନୂଆ ଅଭିନେତା କରିବେ ।ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୨୦୨୨ରୁ କଂସ ଭୁମିକା ତୁଲାଉଥିବା ହୃଷିକେଶ ଭୋଇଙ୍କୁ ହଟାଯାଇଛି । ନୂଆ କଂସ ପାଇଁ ଖୁବଶୀଘ୍ର ଚୟନ ପ୍ରକ୍ରିୟା ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ୨୦୨୨ରେ ଦ୍ୱିତୀୟରୁ ପଞ୍ଚମ ହୋଇଥିବା କଳାକାରଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯିବ । Post navigation ଅଦାନୀ ଲାଞ୍ଚ ଘଟଣା:ଆମେରିକାର ଅଭିଯୋଗ ତାଲିକାରେ ଓଡିଶା ସହ ୩ ଅନ୍ୟ ରାଜ୍ୟ ଝାଡ଼ଖଣ୍ଡରେ ବିଜେପି ପଛୁଆ; ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ