NEET Case in Supreme Court: Plea for NTA Restructuring and Exam Reforms

ଆଜି ପୁଣି ନିଟ୍‌ ମାମଲକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ। ସାମାନ୍ୟ ଦାୟିତ୍ୱହୀନତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ କହିଲେ କୋର୍ଟ। ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ବେଞ୍ଚ ନିଟ୍‌ ୟୁଜି ୨୦୨୪ ରେଜଲ୍ଟରେ ହୋଇଥିବା ହେରଫେରକୁ ନେଇ ଆବେଦନର ଆଜି ଶୁଣାଣି କରିଛନ୍ତି। ଏହି ସମୟରେ କୋର୍ଟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏବଂ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ନିଟ୍‌ ୟୁଜି ପରୀକ୍ଷାରେ ହୋଇଥିବା କାଗଜପତ୍ର ଲିକ୍ ଏବଂ ଅନିୟମିତତା ସମ୍ପର୍କିତ ପିଟିସନ ଉପରେ ଜବାବ ମାଗିଛନ୍ତି। ଯଦି କାହା ପକ୍ଷରୁ ୦.୦୦୧% ବି ଭୁଲ୍‌ ହୋଇଥାଏ, ତେବେ ଏହାକୁ ସଂପୂର୍ଣ୍ଣ ଭାବେ ସୁଧାରିବା ଉଚିତ୍ ବୋଲି କୋର୍ଟ କହିଛନ୍ତି।

ଏନଟିଏ ଜୁଲାଇ ୮ ତାରିଖରେ ପ୍ରସ୍ତୁତି ହୋଇ କୋର୍ଟ ସାମ୍ନାରେ ହାଜର ହୁଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନିଟ୍‌ ୟୁଜି ପରୀକ୍ଷାରେ ପେପର୍‌ ଲିକକୁ ନେଇ ସିବିଆଇ ତଦନ୍ତ ଦାବି କରି ହୋଇଥିବା ଆବେଦନରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦିପ ମେହତାଙ୍କ ଖଣ୍ଡପୀଠ ଏନ୍‌ଟିଏକୁ ମଧ୍ୟ ଜବାବ ମାଗିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ନିଜ ଜବାବ ଦାଖଲ କରିବାକୁ ଏନ୍‌ଟିଏକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

By Nirvay

Leave a Reply

Your email address will not be published. Required fields are marked *