ଆସନ୍ତା ଜୁନ୍ ୧୦ ତାରିଖ, ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ଵରସ୍ଥିତ ଶଙ୍ଖ ଭବନରେ ବିଜୁ ଜନତା ଦଳର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଦଳ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଗତ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ପ୍ରାର୍ଥୀ କିମ୍ବା ପ୍ରାର୍ଥୀନୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ବିଜୟୀ ହୋଇନଥିବା ସମସ୍ତ ନେତା-ନେତ୍ରୀଙ୍କୁ ନେଇ ଏହି ବୈଠକ ଡକାଯାଇଛି । ବୈଠକରେ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ଓ ରଣନୀତି ସମ୍ପର୍କରେ ବିସ୍ତୃତ ବିଚାରବିମର୍ଶ ହେବ । ସଂଗଠନକୁ ତୃଣମୂଳ ସ୍ତରୁ ମଜଭୁତ କରିବା, କର୍ମୀଙ୍କ ମନୋବଳ ବୃଦ୍ଧି ଏବଂ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ଵ ଦିଆଯିବ ବୋଲି ଆଶା କରାଯାଉଛି । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହେଉଥିବା ଏହି ବୈଠକ ଦଳ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ମୋଡ଼ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । Post navigation Bhadrak Train Accident: ଭଦ୍ରକରେ ଅଘଟଣ; କର୍ମଚାରୀ ଫାଟକ ପକାଇ ନ ଥିବାରୁ ଟ୍ରେନ୍ ଧକ୍କାରେ ବାଇକ୍ ଆରୋହୀ ମୃତ No School Bags for 10 Days a Year: Odisha Schools to implement NEP-2020 Guidelines