ଭଦ୍ରକରେ ଅଘଟଣ । ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ଭଦ୍ରକ ଜିଲ୍ଲାର ପିରାହାଟ ଥାନା ଅନ୍ତର୍ଗତ ଖେଦରପୁର ଗ୍ରାମରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଥିଲା। କର୍ମଚାରୀ ଫାଟକ ପକାଇ ନ ଥିବାରୁ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରେନ୍‌ । ଯାହା ପ୍ରତିବାଦରେ ସ୍ଥାନୀୟ ବାସିନ୍ଦାମାନେ ଫାଟକ ଘରେ ନିଆଁ ଲଗାଇବା ସହ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ  କରିଥିଲେ। ଘଟଣାସ୍ଥଳରେ ଏସ୍‌ଡିପିଓ, ପୀରହାଟ ଓ ତିହିଡି଼ IIC ପହଂଚି ଲୋକଙ୍କୁ ବୁଝାସୁଝା କରି ତଦନ୍ତ ଆରମ୍ଭ କରିଛନ୍ତି।

 

Leave a Reply

Your email address will not be published. Required fields are marked *