ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜଧାନୀରେ ରୋଡ ସୋ’ କରିଛନ୍ତି । ଭୁବନେଶ୍ଵର ଉତ୍ତର ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ରୋଡ ସୋ’ କରିବା ସହ ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଉତ୍ତର ବିଧାନସଭା ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ପାଇଁ ଭୋଟ ଅପିଲ କରିଛନ୍ତି। ରେଣ୍ଟାଲ କଲୋନୀ ଓମଫେଡ୍ ଛକରୁ ଏହି ରୋଡ ସୋ’ ଆରମ୍ଭ ହୋଇଛି ପଟିଆ ପର୍ଯ୍ୟନ୍ତ ଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ରୋଡ ସୋ’ ବେଳେ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି, ଯଦି ପୁଣିଥରେ ରାଜ୍ୟରେ ବିଜେଡି ସରକାର ଗଠନ ହୁଏ ତେବେ ଜୁଲାଇ ମାସରୁ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକହିତକର ଯୋଜନା ବାବଦରେ ସେ ଲୋକମାନଙ୍କ ଠାରୁ ପ୍ରତିକ୍ରିୟା ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ରାଜଧାନୀରେ ଏହା ତୃତୀୟ ରୋଡ ସୋ’। ତେବେ ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା ବି କଡାକଡି କରାଯାଇଥିଲା।

By Nirvay

Leave a Reply

Your email address will not be published. Required fields are marked *