ପିପିଲିରେ ବଢୁଛି ବିଜେପିର ଶକ୍ତି। ବିଜେପିରେ ମିଶିଲେ ୧୦୦ରୁ ଅଧିକ ସଂଖ୍ୟାଲଘୁ ଭୋଟର। ଗତକାଲି ପୁରୀ ଜିଲ୍ଲା ପିପିଲି ବ୍ଲକ ହାଟସାହି ପଞ୍ଚାୟତର ନାଏବ ସରପଞ୍ଚ ଓ ୨ ନମ୍ବର ୱାର୍ଡର ୱାର୍ଡମେମ୍ବରଙ୍କ ସମେତ ଦାନଗୋହିରି ଗାଁର ୧୦୦ରୁ ଅଧିକ ମୁସଲିମ୍ ଭୋଟର ବିଜେପିରେ ସାମିଲ୍ ହୋଇଛନ୍ତି। ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ଆଶ୍ରିତ ଦଳକୁ ସ୍ଵାଗତ କରିବା ସହ ଧନ୍ୟବାଦ ଜଣାଇଥିଲେ। ମୋଦିଙ୍କ ବିକାଶ ଧାରାରେ ପ୍ରଭାବିତ ହୋଇ ବିଜେପିରେ ମିଶିଥିବା କହିଥିଲେ ଭୋଟରମାନେ। ଆଗାମୀ ଦିନରେ ନିଜ ଅଞ୍ଚଳର ବିକାଶ ପାଇଁ ମୋଦିଙ୍କ ହାତ ମୁଠା ଟାଣ କରିବାରେ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *