ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ନାମାଙ୍କନପତ୍ର ଦାଖଲ କରିବେ । ନାମାଙ୍କନପତ୍ରର ଗୋଟିଏ ଦିନ ପୂର୍ବରୁ ମେ ୧୩ ରେ ବାରାଣାସୀରେ ପିଏମ ମୋଦୀଙ୍କର ଏକ ବଡ ରୋଡ ଶୋ’ ଅନୁଷ୍ଠିତ ହେବ। ଏହି ରୋଡସୋରେ ଲକ୍ଷ ଲକ୍ଷ ଲୋକ ସାମିଲ ହେବାର ସମ୍ଭାବନା ରହିଛି । କାର୍ଯ୍ୟକର୍ତ୍ତାମାନେ ପିଏମ ମୋଦୀଙ୍କ ନାମାଙ୍କନ ଓ ରୋଡ ଶୋ’ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।
୨୦୨୪ ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟରେ ବାରଣାସୀ ଲୋକସଭା ଆସନ ପାଇଁ ମତଦାନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଲୋକସଭା ନିର୍ବାଚନରେ ବାରାଣାସୀରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲେ। ବାରାଣସୀ ଲୋକସଭା ଆସନ ପାଇଁ ମେ ୭ତାରିଖରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ।ଭାରତୀୟ ଜନତା ପାର୍ଟି ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ଏହି ଆସନରୁ ପ୍ରାର୍ଥୀ କରିଛି। ୨୦୧୪ ପରେ ୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ ବାରଣାସୀବାସୀଙ୍କ ଠାରୁ ବିପୁଳ ସମର୍ଥନ ମିଳିଥିଲା।

By SonaliP

Leave a Reply

Your email address will not be published. Required fields are marked *