ନୂଆଦିଲ୍ଲୀ ;ଦିଲ୍ଲୀରେ ହେବାକୁ ଥିବା ଲୋକସଭା ନିର୍ବାଚନ କାରଣରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଆସନ୍ତା ନିର୍ବାଚନ ଯୋଗୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ବିଚାର କରାଯାଇପାରେ।ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଆଜି କହିଛନ୍ତି ଯେ ସେମାନେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ମଙ୍ଗଳବାର ଅର୍ଥାତ ମେ’ ୭ ତାରିଖରେ କରିବେ। ସେହିଦିନ ଦୁଇ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବେ। ଏଥିପାଇଁ ଇଡି ଓ କେଜ୍ରିୱାଲଙ୍କ ଓକିଲଙ୍କୁ ପ୍ରସ୍ତୁତ ହୋଇ ଆସିବାକୁ ଖଣ୍ଡପୀଠ କହିଛନ୍ତି। ଇଡିଙ୍କ ପରାମର୍ଶଦାତା ଏଏସଜି ଏସ.ଭି ରାଜୁଙ୍କୁ କହିଛନ୍ତି ଯେ ଗିରଫ ବିରୋଧରେ କେଜ୍ରିୱାଲଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନର ଶୁଣାଣି ସମୟ ନେଇପାରେ। ତେଣୁ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନରେ କୋର୍ଟ ଇଡି ପକ୍ଷ ନେଇପାରନ୍ତି। କେଜ୍ରିୱାଲଙ୍କ ଜାମିନକୁ ବିରୋଧ କରିବେ ବୋଲି ଏସଭି ରାଜୁ କହିଛନ୍ତି।

By SonaliP

Leave a Reply

Your email address will not be published. Required fields are marked *