ଭୁବନେଶ୍ୱର: ଲାଗିରହିଛି ଅର୍ପଣ ରଥକୁ ନେଇ ବିବାଦ। ରାଜ୍ୟସାରା ସଂଗ୍ରହ ହେଇଥିବା ଗୁଆ ଚାଉଳକୁ ନେଇ ଆଜି ମୁହଁ ଖୋଲିଛନ୍ତି ବିଜେପି ନେତା ଜୟନ୍ତ ଷଡ଼ଙ୍ଗୀ। ତାଙ୍କ କହିବା ଅନୁଯାୟୀ ସଂଗ୍ରହ ହେଉଥିବା ଚାଉଳ ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ପହଞ୍ଚିବ ନାହିଁ। ସେ କହିଥିଲେ ଯେ ଏହା ଜଗନ୍ନାଥ ସଂସ୍କୃତିକୁ ଆଘାତ ପହଞ୍ଚାଉଛି।

ନିକଟରେ ଓଡ଼ିଶାର ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିବା ପରେ ଶ୍ରୀମନ୍ଦିରର ଜଣେ ବରିଷ୍ଠ ସେବାୟତ ସ୍ପଷ୍ଟୀକରଣ ଦେଇଥିଲେ। ସୁଆର ମହାସୁଆର ନିଜୋଗ ନାରାୟଣ ମହାସୁଆରଙ୍କ ଅନୁଯାୟୀ, ଅର୍ପଣ ରଥ ମାଧ୍ୟମରେ ସଂଗୃହିତ ଚାଉଳ ଏବଂ ଗୁଆ ପୁରୀ ଶ୍ରୀମନ୍ଦିରରେ ଭଗବାନ ଜଗନ୍ନାଥଙ୍କ ସେବାରେ ବ୍ୟବହୃତ ହେବ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *