ଭୁବନେଶ୍ୱର: ପୁଣି ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ମେୟରଙ୍କ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି କରିଥିବା ବେଳେ ଡେପୁଟି ମେୟରଙ୍କ ଦରମା ୨୦ ହଜାରକୁ ବୃଦ୍ଧି କରିଛନ୍ତି ।ଏହା ସହିତ ଏଣିକି ଏନଏସି ଅଧ୍ୟକ୍ଷ ମଧ୍ୟ ପାଇବେ ୧୦ହଜାର । ଏନଏସି ଉପାଧ୍ୟକ୍ଷଙ୍କ ଦରମା ୭,୫୦୦ଟଙ୍କାକୁ ବୃଦ୍ଧି । ଏହା ସହିତ ମହାନଗର ନିଗମର କର୍ପୋରେଟରଙ୍କ ବୈଠକ ଭତ୍ତା ମଧ୍ୟ ବୃଦ୍ଧି ପାଇଛି ।

କର୍ପୋରେଟରଙ୍କ ବୈଠକ ଭତ୍ତା ୭୦୦ରୁ ୨୦୦୦ ଟଙ୍କା ହେଲା । ପୌର ପରିଷଦ ଓ ଏନଏସି କାଉନସିଲରଙ୍କ ଭତ୍ତା ମଧ୍ୟ ବୃଦ୍ଧି କଲେ ସରକାର । ଏହାକୁ ୧୫୦ଟଙ୍କାରୁ ୫୦୦ଟଙ୍କାକୁ ବୃଦ୍ଧି କଲେ ସରକାର ।

ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ ଲାଗି ମଧ୍ୟ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ସରକାର । ସମ୍ପୂର୍ଣ୍ଣ ଅକ୍ଷମତା ଲାଗି ୨ ଲକ୍ଷ ଟଙ୍କା ଘୋଷଣା । ଆଂଶିକ ଅକ୍ଷମତା ପାଇଁ ୧ ଲକ୍ଷ ଟଙ୍କା ଘୋଷଣା । ଏଥିପାଇଁ ବାର୍ଷିକ ୪ କୋଟି ୭୬ ଲକ୍ଷ ବହନ କରିବେ ରାଜ୍ୟ ସରକାର ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *