ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା ରହିଛି। ଏ ନେଇ ଆଜି ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି ଉତ୍ତର ଓଡ଼ିଶାରେ ଗତ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢ଼ୁଛି। ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ। କିନ୍ତୁ ବୈତରଣୀ ବଢ଼ିଲେ ଚାନ୍ଦବାଲି, ଧାମନଗର, ଯାଜପୁର ପ୍ରଭାବିତ ହେବ। ଜଳକା ପାଇଁ ବସ୍ତା ଓ ବାଲେଶ୍ବର ସଦର ପ୍ରଭାବିତ ହେବ । Post navigation Missing Naidu Commission File: ନାଇଡୁ କମିଶନ ରିପୋର୍ଟ ଗାୟବ; ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ TextBook Error Row: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ୩ ଜଣଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା