ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ୩ ଜଣଙ୍କୁ ମିଳିଲା ଆଶ୍ୱସ୍ତି । ଆଗୁଆ ଜାମିନ୍ ଆବେଦନ କରିଥିବା ୩ ଜଣଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ। ପ୍ରଲିପ୍ତା ମିଶ୍ର, ଦିଲ୍ଲୀପ ସାହୁ ଓ ଭାରତୀ ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ତେବେ ଅନ୍ୟ ତିନି ଜଣ କିଶୋର କୁମାର କର, ପ୍ରକାଶନ ସଂସ୍ଥାର ମାଲିକ ଅନୁପମ ଘୋଷ ଏବଂ ଅସୀମ ଘୋଷଙ୍କ ମାମଲା ଏବେବି ବିଚାରଧୀନ ରହିଥିବା ବେଳେ ଆସନ୍ତା ଅଗଷ୍ଟ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି। Post navigation Flood Alert in Odisha: ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା Japan Earthquake: ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ