ମଇ ମାସ ପହିଲାରୁ ବଦଳିଲା ଗ୍ୟାସ ଦର।କମିଲା ଗ୍ୟାସ ଦର । ୧୯ କେଜି କମର୍ସିଆଲ LPG ସିଲିଣ୍ଡର ଦାମ୍ ୧୯ ଟଙ୍କା କମିଲା।ତୈଳ ମାର୍କେଟିଂ କମ୍ପାନୀଗୁଡିକ ଲଗାତାର ଦ୍ୱିତୀୟ ମାସ ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି ।ନୂତନ ସିଲିଣ୍ଡର ମୂଲ୍ୟ IOCL ୱେବସାଇଟରେ ଅପଡେଟ କରାଯାଇଛି,ଏହି ପରିବର୍ତ୍ତିତ ଦର ଆଜିଠାରୁ ହିଁ ଲାଗୁ ହୋଇଛୁ।ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୭୬୪.୫୦ ରୁ ୧୭୪୫.୫୯ ଟଙ୍କାକୁ ଖସି ଆସିଛି।ସେହିଭଳି ମୁମ୍ବାଇରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭୧୭.୫୦ ରୁ ୧୬୯୭.୫୦ ଟଙ୍କାକୁ ଖସି ଆସିଛି। ଚେନ୍ନାଇରେ ମଧ୍ୟ ଏହି ସିଲିଣ୍ଡର ୧୯ ଟଙ୍କା ଶସ୍ତା ହୋଇଛି ଏବଂ ଏହାର ମୂଲ୍ୟ ୧୯୩୦ ରୁ ୧୯୧୧ ଟଙ୍କାକୁ ଖସି ଆସିଛି ।