ଭୁବନେଶ୍ୱର : ରାଜ୍ୟରେ ଦିନରେ ଗ୍ରୀଷ୍ମ ପ୍ରବାହ ରାତିରେ କାଳବୈଶାଖୀର ତାଣ୍ଡବ ରଚୁଥିବାବେଳେ ଏବେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ମେ ୨୩ରୁ ୩୦ ତାରିଖ ଭିତରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଆବପାତ ବା ତା ଠାରୁ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ତେବେ ଏହା କେତେ ଘନୀଭୂତ ହେବ ଓ କେଉଁ ଆଡ଼କୁ ଗତି କରିବ ତାହା ସ୍ପଷ୍ଟ ହୋଇନାହିଁ ।
ପ୍ରକୃତିର ଇଚ୍ଛା ଉପରେ ମଣିଷର ଅକ୍ତିଆର ନାହିଁ । ସେ ଖରା ବର୍ଷା ଶୀତ ହେଉ କିମ୍ବା ଝାଡ ତୋଫାନ ହେଉ ସବୁକୁ ମଣିଷକୁ ମୁଣ୍ଡପାତି ସହିବାକୁ ହେବ । ପ୍ରକୃତିର ନିୟମ ବିରୁଦ୍ଧରେ ଯାଇ ମଣିଷ ଅବାଧ ଗଛ କାଟିବା କାରଣରୁ ପ୍ରକୃତି ଏପରି ଦାଉ ସାଧୁଛି ମଣିଷ ଉପରେ । ଆସନ୍ତା ମେ ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ୨୩ ବେଳକୁ ଲଘୁଚାପର ରୂପ ନେବ। ପରବର୍ତ୍ତୀ ପର୍ଯ୍ୟାୟରେ ଅବପାତ ବା ଗଭୀର ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟକୁ ଶକ୍ତିଶାଳୀ କରିବା ପାଇଁ ବର୍ତ୍ତମାନ ପାଗ ମଧ୍ୟ ଅନୁକୂଳ ରହିଛି। ହେଲେ ଏହା କେତେ ଶକ୍ତିଶାଳୀ ହେବ କେଉଁଆଡ଼କୁ ଗତି କରିବ ତାହା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସ୍ପଷ୍ଟ ଜଣାପଡ଼ିବ।
ଲଘୁଚାପ ପରେ ରାଜ୍ୟକୁ ପୁଣି ଲେଉଟିବ ତାତି। ଆଗାମୀ ଦୁଇ ସପ୍ତାହ ଯାଏଁ ତାତିରୁ ମିଳିବନି ନିସ୍ତାର। ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି, ଓ ସାମୁଦ୍ରିକ ବାୟୁ ପ୍ରବାହ ଦୁର୍ବଳ ଥିବାରୁ ଆଗାମୀ ଦୁଇ ସପ୍ତାହ ଯାଏଁ ତାତି ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମେ ଶେଷ ସପ୍ତାହ ଅର୍ଥାତ୍ ୨୪ରୁ ୩୦ ତାରିଖ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବ।

By SonaliP

Leave a Reply

Your email address will not be published. Required fields are marked *