ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ୨ ଦିନିଆ ଗସ୍ତର ଆଜି ହେଉଛି ଦ୍ବିତୀୟ ଦିନ । ତେବେ କନ୍ଧମାଳ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀ କବି ତଥା ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି। ମୋଦି ନିଜ ଅଭିଭାଷଣ ରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ଏବଂ ଭିକ୍ଷା ମାଗି ଚଳୁଥିବା ତୁଳା ବେହେରାଙ୍କ ପ୍ରଶଂସା କରିଛନ୍ତି। ମୋଦି କହିଛନ୍ତି ମୋତେ ୨ ମା’ ଆଜି ଆଶୀର୍ବାଦ କଲେ, କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି । ଏହା ଦେଖିଲା ପରେ ଲାଗୁଛି ପୂରା ଓଡ଼ିଶାର ଆଶୀର୍ବାଦ ମୋ ପ୍ରତି ଅଛି । ତାଡ଼ିସରୁ ପର୍ବତରେ ସିଦ୍ଧିପ୍ରାପ୍ତ ହୋଇଥିବାରୁ ପୂର୍ଣ୍ଣମାସୀ ଟାଡ଼ିସରୁ ବାଈ ନାମରେ ମଧ୍ୟ ପରିଚିତ । ସମ୍ପୂର୍ଣ୍ଣ ନିରକ୍ଷର ଓ ଓଡ଼ିଆ ଭାଷା ଭଲ ଭାବେ ଜାଣିନଥିବା ପୂର୍ଣ୍ଣମାସୀ ଧ୍ୟାନମଗ୍ନ ହେବା ସମୟରେ ଗୀତ ଗାଆନ୍ତି । ଏବେ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଭକ୍ତିଗୀତ ତାଙ୍କ ମୁଖନିସୃତ ହୋଇସାରିଛି । ଆଶ୍ଚର୍ଯ୍ୟର କଥା ସେ ଗାଇଥିବା ଗୀତକୁ ପୁନରାବୃତ୍ତି କରନ୍ତି ନାହିଁ । ତେବେ ୮୦ ବର୍ଷୀୟ କବି ତଥା ସାମାଜିକ କାର୍ଯ୍ୟକର୍ତ୍ତା ପୂର୍ଣ୍ଣମାସୀ କୁଇ, ଓଡିଆ ଏବଂ ସଂସ୍କୃତରେ ୫୦,୦୦୦ରୁ ଅଧିକ ଭକ୍ତି ଗୀତ ରଚନା କରିଛନ୍ତି ଏବଂ ୨୦୨୧ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।ପ୍ରଥମରୁ କେହି ଏସବୁକୁ ଲିପିବଦ୍ଧ କରିନଥିଲେ କିନ୍ତୁ ୧୯୯୯ ମସିହାରୁ ତାଙ୍କର ଗୀତଗୁଡ଼ିକ ଲିପିବଦ୍ଧ ଓ ରେକର୍ଡ଼ କରି ରଖାଯାଉଛି ।ପୂର୍ଣ୍ଣମାସୀ ତାଡିସାରୁ ବାଈ ନାମରେ ବେଶ୍ ପରିଚିତ।

By Nirvay

Leave a Reply

Your email address will not be published. Required fields are marked *