ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି କଳିଙ୍ଗ ଘାଟିରେ ଯାନବାହନ ଚଳାଚଳ ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିବାରୁ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ଯୋଡ଼ୁଥିବା ଏହି ମୁଖ୍ୟ ରାସ୍ତା ବନ୍ଦ ରହିବା ସମୟରେ ଯାତ୍ରୀ ଓ ବ୍ୟବସାୟୀମାନେ ଜନସାଧାରଣଙ୍କ ସୁବିଧା ପାଇଁ ବିକଳ୍ପ ରାସ୍ତା ଦେଇ ଯାନବାହାନ ଚଳାଚଳ ଜାରି ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅପରପକ୍ଷରେ ଲଗାଣ ବର୍ଷା ଯୋଗୁଁ ଚିକିଟି ଅଞ୍ଚଳରେ ବନ୍ୟା ଏବଂ ପାତ୍ରପୁରରେ ଭୂସ୍ଖଳନର ପ୍ରବଳ ଆଶଙ୍କା ଦେଖାଦେଇଛି। ଏହି ସମ୍ଭାବ୍ୟ ବିପଦର ମୋକାବିଲା ପାଇଁ ଉଭୟ ସମ୍ବେଦନଶୀଳ ସ୍ଥାନରେ ଅଗ୍ନିଶମ ବାହିନୀ ଓ ଓଡ଼୍ରାଫ ଟିମକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ସମଗ୍ର ପରିସ୍ଥିତି ଉପରେ କଡ଼ା ନଜର ରଖାଯିବା ସହ କନ୍ଧମାଳ ଜିଲ୍ଲାପାଳଙ୍କ ସହ ସମନ୍ୱୟ ରକ୍ଷା କରି ପ୍ରଶାସନିକ କାର୍ଯ୍ୟ କରାଯାଉଛି। ଜନସାଧାରଣଙ୍କୁ ସଜାଗ ରହିବା ସହ ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। Post navigation दिल्ली एसआईआर: आडवाणी, जयशंकर समेत कई दिग्गजों को मिला नोटिस NCW Takes Suo Motu Cognizance of Bihar Harassment Case; 3 Arrested, SIT Formed