ନିର୍ବାଚନର ମତଦାନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏଭଳି ସ୍ଥିତିରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି ।

ତେବେ ଏହା ମଧ୍ୟରେ ବିଜେଡି ଶିବିରରୁ ଆସିଛି ଏକ ବଡ଼ ଖବର । ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଜ୍ୟୋତିଙ୍କ ସହିତ ତାଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ଦଳ ଛାଡ଼ିଛନ୍ତି । ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା ବୋଲି ସରୋଜ କହିଛନ୍ତି । ଜ୍ୟୋତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦରେ ରହିବା ସହ ବିଜେଡିର ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *