ଭୁବନେଶ୍ୱର : ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ଆଉ ଏହି ସମୟରେ ଓଡ଼ିଶା ବାବଦରେ ପ୍ରଥମ ନିର୍ବାଚନ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏହି ସର୍ଭେ କରିଛି ଜନମତ ପୋଲ୍ସ । ସର୍ଭେ ରିପୋର୍ଟଟି ସାର୍ବଜନୀନ ହେବା ପରେ ବିଜୁ ଜନତା ଦଳ (ବିଜଦ) ଶିବିରରେ ସୃଷ୍ଟି ହୋଇଛି କମ୍ପନ । ତେବେ ଏହା ଜନ୍ମତର ଆଭ୍ୟନ୍ତରୀଣ ସର୍ଭେ ନାଁ ବିଜଦ ପକ୍ଷରୁ ସର୍ଭେ ଦାୟିତ୍ୱ ଦିଆଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ ।

ସର୍ଭେ ରିପୋର୍ଟ ଅନୁସାରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ହେଲେ ବିଜୁ ଜନତା ଦଳ ୮୯ରୁ ୯୧, ଭାଜପା ୪୦ରୁ ୪୨ ଏବଂ କଂଗ୍ରେସ ୧୧ରୁ ୧୩ ଆସନ ଜିତିପାରେ । ସର୍ଭେ ରିପୋର୍ଟ ଅନୁସାରେ ଯଦିଓ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ମିଳିଛି ବିଜଦକୁ ତେବେ ଆଗକୁ ଏହା ଏହି ସଂଖ୍ୟାରେ ରହିବ ନା ହ୍ରାସ ପାଇବ ତାହା ମଧ୍ୟ ବିଚାର କରିବାର କଥା । ସରକାର ଗଠନ ପାଇଁ ଦରକାର ୭୪ ଆସନ । କିନ୍ତୁ ଯେଉଁ ସଂଖ୍ୟା ଜନମତ ଦର୍ଶାଇଛି ତାହା ନିଶ୍ଚିତ ଚିନ୍ତାର କାରଣ ହେବ ଶାସକ ଦଳ ପାଇଁ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *