ଭୁବନେଶ୍ଵର: ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରୁ ୨୦୨୪ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ତାଙ୍କ ବଦଳରେ ତାଙ୍କ ପୁଅ ସୌମେନ୍ଦ୍ର ମିଶ୍ର ବିଧାନସଭା ନିର୍ବାଚନ ଲଢ଼ିବେ। ଏନେଇ ବଲାଙ୍ଗୀରରେ ହୋଇଥିବା କମିଟି ମିଟିଂରେ ଏହା ନିଷ୍ପତି ହୋଇଛି। ଏଆଇସିସିକୁ ଏହା ଜଣାଇ ଦିଆଯାଇଛି। ଏନେଇ AICC ଯାହା ନିଷ୍ପତି ନେବ।

ଖବର ଅନୁଯାୟୀ, ବୟସାଧିକ କାରଣରୁ ନରସିଂହ ମିଶ୍ର ଆସନ୍ତା ନିର୍ବାଚନ ଲଢିବେନି ବୋଲି ପୂର୍ବରୁ ଘୋଷଣା କରିଥିଲେ। ସେ କହିଥିଲେ ଯେ, ତାଙ୍କ ବଦଳରେ ତାଙ୍କ ସାନ ପୁଅ ନିର୍ବାଚନ ଲଢିବେ। ବଲାଙ୍ଗୀରରେ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଯୋଗ୍ୟ ପ୍ରାର୍ଥୀ ତାଙ୍କ ନଜରକୁ ଆସି ନାହାଁନ୍ତି। ତେଣୁ ସୌମେନ୍ଦ୍ରଙ୍କୁ ଟିକେଟ ମିଳିବ ବୋଲି ତାଙ୍କର ଆଶା ରହିଛି। ତେବେ ଜିଲ୍ଲାର ଅନ୍ୟ କଂଗ୍ରେସ ନେତୃତ୍ଵଙ୍କ ପାଇଁ ସେ କ୍ୟାମ୍ପେନିଂ କରିବେ। ବଲାଙ୍ଗୀରରୁ ୫ ଥରର ବିଧାୟକ ଥିବା ନରସିଂହ ମିଶ୍ର ବିଜୁ ପଟ୍ଟନାୟକଙ୍କ ସରକାରରେ ଆଇନ ମନ୍ତ୍ରୀ ଥିଲେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *