ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ରାଜଧାନୀର ଇନ୍ଫୋସିଟି ଅଞ୍ଚଳରେ ରହୁଥିବା ଜଣେ ୧୭ ବର୍ଷୀୟା ନାବାଳିକାକୁ ଅପହରଣ କରି ଯାଜପୁରରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଇନଫୋସିଟି ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ନିରଞ୍ଜନ ମଲ୍ଲିକକୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅଞ୍ଚଳରୁ ଗିରଫ କରାଯାଇଛି ।

ଅନ୍ୟପଟେ ଗିରଫ ପରେ ନିରଞ୍ଜନ କହିଛନ୍ତି ଯେ ସୋସିଆଲ ମିଡିଆରେ ଦୁହିଁଙ୍କ ମଧ୍ୟରେ ପରିଚୟ ହୋଇଥିଲା। ନାବାଳିକା ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଉଭୟଙ୍କ ସହମତିରେ ସେମାନେ ସମ୍ପର୍କ ସ୍ଥାପନ କରିଛନ୍ତି । ତେବେ ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହିତ ସମ୍ପର୍କ ସ୍ଥାପନ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *