ଭୁବନେଶ୍ବର: ଲକ୍ଷ୍ମୀ ବସ ପରି ପୁରୀ ଶ୍ରୀମନ୍ଦିର ଦର୍ଶନ କରିବା ପାଇଁ ରାଜ୍ୟରେ ଆରମ୍ଭ ହେଲା ଜଗନ୍ନାଥ ଏକ୍ସପ୍ରେସ। ଏକ ଲକଜରୀ ବସରେ ବସି ଭକ୍ତମାନେ ନିଜ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ବର ଦେଇ ପୁରୀ ଯିବେ। ଏହି ଭିନ୍ନ ବସ ସେବାର ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ।

ଏହି ଯୋଜନା ପାଇଁ ମୋଟ ୧୨୨ ଟି ବସ କିଣାଯିବ। ଏଥିପାଇଁ ୨୬୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହା ଜିଲ୍ଲା ମୁଖ୍ୟାଳୟରୁ ପ୍ରତିଦିନ ବାହାରି ଭୁବନେଶ୍ବର ଦେଇ ପୁରୀରେ ରହିବ। ସେଠାରୁ ପୁଣି ଅନ୍ୟ ବସ ବାହାର ୩୦ ଜିଲ୍ଲା ମୁଖ୍ୟାଳୟକୁ ଯିବ। ପୂର୍ବରୁ ଲକ୍ଷ୍ମୀ ବସ ଯୋଜନାରେ ବ୍ଲକକୁ ଜିଲ୍ଲା ମୁଖ୍ୟାଳୟ ସହିତ ଯୋଡା ଯାଇଛି। ସେଥିପାଇଁ ଯେଉଁ ଯାତ୍ରୀ ପୁରୀ ଆସିବେ ସେମାନେ ସିଧା ବ୍ଲକ କାର୍ଯ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ଏବଂ ସେଠାରୁ ପୁରୀ ଆସିବେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *